Advertisment

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ରାଜମିସ୍ତ୍ରୀ ଗିରଫ

ବାଲିଆପାଳ ଥାନା ଇଡକ ଛକ ନିକଟରେ ଥିବା ଏକ ପବ୍ଲିକ ସ୍କୁଲରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲା ଚାନ୍ଦିପୁର ଅଞ୍ଚଳର କୃଷ୍ଣ ଖିଲାର। ସ୍କୁଲରେ ପକ୍କା କାମ କରୁଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ଆସିଥିବା ୧୪ ବର୍ଷୀୟ ନାବାଳିକାକୁ ମନ ଦେଇ ବସିଥିଲା।

author-image
Manoranjan Sial
Balasore

Balasore

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବନ୍ଧାହେଲା ରାଜମିସ୍ତ୍ରୀ। ଏପରି ଅଭିଯୋଗ ବାଲେଶ୍ୱର ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବାରୁ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ବାଲିଆପାଳ ଥାନା ଇଡକ ଛକ ନିକଟରେ ଥିବା ଏକ ପବ୍ଲିକ ସ୍କୁଲରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲା ଚାନ୍ଦିପୁର ଅଞ୍ଚଳର କୃଷ୍ଣ ଖିଲାର। ସ୍କୁଲରେ ପକ୍କା କାମ କରୁଥିବା ବେଳେ ତାଙ୍କୁ ସହଯୋଗ କରିବା ପାଇଁ ଆସିଥିବା ୧୪ ବର୍ଷୀୟ ନାବାଳିକାକୁ ମନ ଦେଇ ବସିଥିଲା। ତିନି ଦିନ ତଳେ ଉକ୍ତ ନାବାଳିକାଙ୍କୁ କୃଷ୍ଣ ଖିଲାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ନାବାଳିକାଙ୍କଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକେ ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।

ପରିବାର ଲୋକଙ୍କ ଏତଲା ଆଧାରରେ ପୁଲିସ୍‌ ରାଜମିସ୍ତ୍ରୀକୁ ଉଠାଇ ଆଣି ଜେରା କରୁଥିଲା। ଆଜି ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ-ଜଳେଶ୍ୱରରୁ ଅଜିତ ଦାସ

Balasore Rape Minor Raped