ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଫ୍ରି ଫାୟାର ହେଲା କାଳ । ରାତି ଯାକ ଫ୍ରି ଫାୟାର ଖେଳି ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ୧୯ ବର୍ଷୀୟ ଯୁବକ। ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୌରୀ ବେଲଦା ଗ୍ରାମର ସତ୍ୟଜିତ ଜେନା ଫ୍ରି ଫାୟାର ଖେଳିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ସଂପର୍କୀୟ କହିଛନ୍ତି ।
ଗତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଫ୍ରି ଫାୟାର ଖେଳିଥିଲେ। ତେବେ ରାତିରେ ସତ୍ୟଜିତଙ୍କୁ ତାଙ୍କ ଶୋଇବା ଘରେ ବାପା ଓ ମାଆ ପାଇ ନଥିଲେ ଫଳରେ ଖୋଜାଖୋଜି କରିବା ପରେ ଘର ଠାରୁ ଅଳ୍ପ ଦୂରରେ ଏକ ଗଛ ମୂଳରେ ବେକରେ ରଶି ଲଗାଇ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ।
ତାଙ୍କୁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥାରେ ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବଲ୍ ପାଇଁ ସାନ ଭାଇ ସହିତ ହୋଇଥିଲା ଝଗଡ଼ା, ଗଛରୁ ମିଳିଲା ଝୁଲନ୍ତା ମୃତଦେହ
ପଞ୍ଚମ ଶ୍ରେଣୀରେ ପଢୁଥିବା ସାନ ଭାଇ ବୁଝି ଯାଇଥିଲେ, କିନ୍ତୁ ଯୁକ୍ତ ଦୁଇରେ ପଢୁଥିବା ଗୌତମ ବୁଝି ନଥିଲେ।
Accident
ବାପାଙ୍କ ସହ ଟ୍ୟୁସନରୁ ଫେରୁଥିବା ବେଳେ ପିଟି ଦେଲା ଟ୍ରାକ୍ଟର, ୬ ବର୍ଷର ଶିଶୁ କନ୍ୟା ମୃତ
ଦ୍ରୁତ ଗତିରେ ଆସୁଥିବା ଟ୍ରାକ୍ଟର ଧକ୍କାରେ ପ୍ରଦୀପ ଓ ସୁପ୍ରିୟା ବାଇକ୍ରୁ ଛିଟିକି ପଡ଼ିଥିଲେ।
Miscellaneous
ପୂରଣ ହେଲା ନୀଳଗିରିବାସୀଙ୍କ ସ୍ୱପ୍ନ
ଟ୍ରେନଟି ପ୍ରତିଦିନ ତିନି ଥର ନୀଳଗିରିରୁ ବାଲେଶ୍ୱରକୁ ଯିବା ଆସିବା କରିବ।
Crime
ଧରମ ବାପା ଥିଲେ; ସ୍ୱାମୀ କରିବାକୁ ଚାହୁଁଛି !
୨୫ ବର୍ଷୀୟ ଯୁବତୀଙ୍କୁ ଧରମ ଝିଅ କରିଥିଲେ। ପରେ ତାଙ୍କୁ ନିଜଘରକୁ ନେଇ ଯାଇଥିଲେ। ନିଜ ଝିଅ ଠାରୁ ଅଧିକ ଯତ୍ନ ନେଉଥିଲେ। ହେଲେ କିଛି ଦିନର ରହଣୀ ଭିତରେ ସେ ଧରମ ଝିଅ ଉପରେ ପାପ ନଜର ପକାଇ ଥିଲେ। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ଚାହିଁ ଥିଲେ।