Advertisment

ରାତି ଯାକ ଫ୍ରି ଫାୟାର ଖେଳି ଶେଷରେ ଜୀବନ ପିତା ଲାଗିଲା ! ଆଉ ତା’ପରେ

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଫ୍ରି ଫାୟାର ହେଲା କାଳ । ରାତି ଯାକ ଫ୍ରି ଫାୟାର ଖେଳି ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ  ୧୯ ବର୍ଷୀୟ ଯୁବକ। ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୌରୀ ବେଲଦା ଗ୍ରାମର ସତ୍ୟଜିତ ଜେନା ଫ୍ରି ଫାୟାର ଖେଳିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ସଂପର୍କୀୟ କହିଛନ୍ତି । ଗତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଫ୍ରି ଫାୟାର ଖେଳିଥିଲେ। ତେବେ […]

ଅଦ୍ୟତନ ହୋଇଛି
ରାତି ଯାକ ଫ୍ରି ଫାୟାର ଖେଳି ଶେଷରେ ଜୀବନ ପିତା ଲାଗିଲା ! ଆଉ ତା’ପରେ

tnm

Advertisment

ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ଫ୍ରି ଫାୟାର ହେଲା କାଳ । ରାତି ଯାକ ଫ୍ରି ଫାୟାର ଖେଳି ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ  ୧୯ ବର୍ଷୀୟ ଯୁବକ। ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୌରୀ ବେଲଦା ଗ୍ରାମର ସତ୍ୟଜିତ ଜେନା ଫ୍ରି ଫାୟାର ଖେଳିବା ପରେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ସଂପର୍କୀୟ କହିଛନ୍ତି ।

Advertisment

ଗତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ସେ ଫ୍ରି ଫାୟାର ଖେଳିଥିଲେ। ତେବେ ରାତିରେ ସତ୍ୟଜିତଙ୍କୁ ତାଙ୍କ ଶୋଇବା ଘରେ ବାପା ଓ ମାଆ ପାଇ ନଥିଲେ ଫଳରେ ଖୋଜାଖୋଜି କରିବା ପରେ ଘର ଠାରୁ ଅଳ୍ପ ଦୂରରେ ଏକ ଗଛ ମୂଳରେ  ବେକରେ ରଶି ଲଗାଇ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ। ।

ତାଙ୍କୁ ପ୍ରଥମେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ସେଠାରେ ଅବସ୍ଥାରେ ସଙ୍କଟାପନ୍ନ ହେବାରୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe