OP-batch
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ପାଣିଷଣ୍ଢ ଗାଁରେ ପୋଲିସ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୨ ଜଣ ଏଏସ୍ଆଇଙ୍କ ସହ ୬ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଗାଁର ଜଣେ ମହିଳା ଓ ତାଙ୍କ ୨ପିଲାଙ୍କ ମୃତ୍ୟୁ ଘଟଣାରେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିବାବେଳେ ପୋଲିସ ଉପରେ ଗାଁ ଲୋକେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରିଥିବା ସୂଚନା ମିଳିଛି।
ଗତ ମେ ମାସ ୧୪ ତାରିଖରେ ଗାଁରେ ଜଣେ ମହିଳା ଓ ତାଙ୍କର ଦୁଇ ପିଲାଙ୍କ ମୃତ୍ୟୁ ଘଟିଥିଲା। ମହିଳାଙ୍କ ପରିବାର ଘର ଏହାକୁ ହତ୍ୟାକାଣ୍ଡ ବୋଲି ଦର୍ଶାଇ ଅଭିଯୁକ୍ତକୁ ତୁରନ୍ତ ଗିରଫ ପାଇଁ ଦାବି କରିଥିଲେ। ତେବେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ହେଲେ ସେମାନଙ୍କ ମଧ୍ୟରୁ ଜଣେ ଘରକୁ ଫେରିଥିବା ଜାଣି ତା ଘରକୁ ଗାଁର ଲୋକେ ଘେରାଉ କରି ରଖିଥିଲେ। ଏହି ସମୟରେ ପୋଲିସ ପହଞ୍ଚିଥିଲା। ତେବେ ପୋଲିସକୁ କିଏ ଖବର ଦେଲା ବୋଲି ଅଭିଯୋଗ କରି ଉତ୍ତ୍ୟକ୍ତ ଗାଁଲୋକେ ପୋଲିସ ଉପରେ ଆକ୍ରମଣ କରଥିଲେ। ଆହତ ପୋଲିସ କର୍ମଚାରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଁରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/07/OP-batch.jpg)