Advertisment

ରାଜଧାନୀରେ ଶିଶୁବଳି ଉଦ୍ୟମ ! ଦୁଇ ଅଟକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ଶିଶୁକୁ ବଳି ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ କମିଶନରେଟ ପୋଲିସ୍‌ ୨ଜଣଙ୍କୁ ଖଣ୍ଡଗିରି ଥାନାରେ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥ ନଗର ବାସିନ୍ଦା ନିରଞ୍ଜନ ସାହୁ ତାଙ୍କ ନିଜ ଜାଗାରେ ପ୍ରାୟ ୧୦ ଫୁଟର ଦୁଇଟି ଗାତକରି ତା’ ଭିତରେ ତାନ୍ତ୍ରିକ ସହାୟତାରେ ତନ୍ତ୍ର ପାଠ କରୁଥିଲେ। ତନ୍ତ୍ର କରାଯାଉଥିବା ସ୍ଥାନରେ ଚାରିପଟେ ନିବୁଜ କରି ଜଣେ ନାବାଳକ ଦେହରେ ଫୁଲମାଳ ଓ ମୁଣ୍ଡରେ ସିନ୍ଧୁର ଲଗାଇ ପୂଜା ଅର୍ଚ୍ଚନା କରାଯାଉଥିଲା। ଏସବୁ ଦେଖିବା ପରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ। ଘଟଣାସ୍ଥଳରୁ ତାନ୍ତ୍ରିକ ଓ ନାବାଳକ ଖସି ପଳାଇଥିଲେ। ସ୍ଥାନୀୟ ବାସିନ୍ଦାଙ୍କ ପାଖରୁ ଖବର ପାଇ ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ନିରଞ୍ଜନ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ଘଟଣା ସ୍ଥଳରୁ ପୋଲିସ୍‌ ବିଭିନ୍ନ ତନ୍ତ୍ର ବହି ସହ ପୂଜାପାଠ ସାମଗ୍ରୀ ଜବତ କରିଛି।

ଜାଗାର ବାସ୍ତୁ ଠିକ ନଥିବାରୁ ତାନ୍ତ୍ରୀକ ସହାୟତାରେ ପୂଜାପାଠ କଲା ବେଳେ ଶିଶୁବଳିର ରୂପ ଦିଆଯାଇଥିବା ନିରଞ୍ଜନଙ୍କ ଭାଇ କହିଛନ୍ତି।

ପୋଲିସ ବଳି ଅଭିଯୋଗକୁ ଖଣ୍ଡନ କରିବା ସହ ଘଟଣାର ତଦନ୍ତ ଚଲାଇଛି। ଏହାସହ ଉକ୍ତ ଜାଗାକୁ ନେଇ ବିବାଦ ଥିବା ପୋଲିସ ଜାଣିବାକୁ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe