Advertisment

ବାଲିଗୁଡ଼ାରେ ସ୍ତ୍ରୀର ସନ୍ଦେହ ଜନକ ମୃତ୍ୟୁ,ସ୍ୱାମୀ ଗିରଫ

ଫୁଲବାଣୀ :  ସ୍ତ୍ରୀର ସେନ୍ଦହଜନକ ମୃତ୍ୟୁ ଅଭିଯୋଗରେ ସ୍ୱାମୀ ଗିରଫ ହୋଇଛି  ।  ଗିରଫ ସ୍ୱାମୀଙ୍କ ନାମ ଜଗବନ୍ଧୁ ବେହେଦଲାଇ । ଗିରଫ ହୋଇଥିବା ଜଗବନ୍ଧୁ  ବାଲିଗୁଡା ପିଡ୍ଲୁଡି କଲୋନୀରେ  ରହୁଥିଲେ । ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ବାଲିଗୁଡା ପିଡ୍ଲୁଡି କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ବେହେଦଲାଇ ମଦ୍ୟପାନ କରି ସବୁବେଳେ ନିଜ ସ୍ତ୍ରୀକୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଥିଲା। ଘଟଣା ଅନୁସାରେ ଗତକାଲି ରାତିରେ ଜଗବନ୍ଧୁ ପ୍ରଚୁର ମଦ୍ୟପାନ କରି ବାଲିଗୁଡା […]

ଅଦ୍ୟତନ ହୋଇଛି

pwd

Advertisment

ଫୁଲବାଣୀ :  ସ୍ତ୍ରୀର ସେନ୍ଦହଜନକ ମୃତ୍ୟୁ ଅଭିଯୋଗରେ ସ୍ୱାମୀ ଗିରଫ ହୋଇଛି  ।  ଗିରଫ ସ୍ୱାମୀଙ୍କ ନାମ ଜଗବନ୍ଧୁ ବେହେଦଲାଇ । ଗିରଫ ହୋଇଥିବା ଜଗବନ୍ଧୁ  ବାଲିଗୁଡା ପିଡ୍ଲୁଡି କଲୋନୀରେ  ରହୁଥିଲେ । ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲା ବାଲିଗୁଡା ପିଡ୍ଲୁଡି କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରତ ବେହେଦଲାଇ ମଦ୍ୟପାନ କରି ସବୁବେଳେ ନିଜ ସ୍ତ୍ରୀକୁ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦେଉଥିବାର ଅଭିଯୋଗ ହୋଇଥିଲା।

Advertisment

ଘଟଣା ଅନୁସାରେ ଗତକାଲି ରାତିରେ ଜଗବନ୍ଧୁ ପ୍ରଚୁର ମଦ୍ୟପାନ କରି ବାଲିଗୁଡା କ୍ୱାଟରକୁ ବିଳମ୍ବିତ ରାତ୍ରରେ ଆସି ପହଞ୍ଚିଥିଲା । ଘରେ ପହଞ୍ଚିଲା ପରେ ନିଜ ସ୍ତ୍ରୀ ସହ ଝଗଡା କରିଥିଲା । ତେବେ ବିଳମ୍ୱିତ ରାତ୍ରରେ ନିର୍ଯ୍ୟାତିତା ସ୍ତ୍ରୀ ଶରୀରରେ କୌଣସି ପ୍ରକାରେ ନିଆଁ ଲାଗିଯାଇଥିଲା । ନିଆଁକୁ ଆୟତ କରିବା ପାଇଁ ଜଗବନ୍ଧୁଙ୍କ ବଡ ପୁଅ ଚେଷ୍ଟା କରିଥିଲେ ମଧ୍ୟ ଶେଷରେ ମହିଳା ଜଣଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ପୋଡିଯାଇଥିଲା  ଏବଂ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ମହିଳାଙ୍କ ନାମ ସନ୍ତୋସିନୀ ବେହେଦଲାଇ । ତାଙ୍କର ବୟସ ୪୦ହେବ । ତେବେ ଏହି ଘଟଣା ବାଲିଗୁଡା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ, ମୃତ ମହିଳାଙ୍କ ଜଣେ ସର୍ମ୍ପକୀୟ ପୁତୁରା ବାଲିଗୁଡା ଥାନାରେ ଏକ ସଂକ୍ରାନ୍ତରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିର୍ତ୍ତି କରି ଘଟଣା ସ୍ଥଳରେ ବାଲିଗୁଡା ଏସଡିପିଓ ଓ ଥାନା ଆଇଆଇସି ପହଞ୍ଚି ମୃତ ମହିଳାଙ୍କ ଶବକୁ ଜବତ କରି ଶବ ବ୍ୟବଚ୍ଛେଦ  ପାଇଁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଅଭିଯୁକ୍ତ ସ୍ୱାମୀ ଜଗବନ୍ଧୁଙ୍କୁ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରିଛନ୍ତି ଏବଂ ମହିଳାଙ୍କ ଦେହରେ କିଭଳି ନିଆଁ ଲାଗିଲା ସେ ନେଇ ତଦନ୍ତ ଜାରି ରଖିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe