Advertisment

ପ୍ରିଜାଇଡିଂ ଅଫିସରଙ୍କୁ ପିଟି ଭୋଟ୍‌ ବାକ୍ସ ଛଡ଼ାଇ ନେଲେ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଯାଜପୁର ପରେ ଢେଙ୍କାନାଳରେ ହୋଇଛି ଭୋଟ୍‌ କ୍ୟାପ୍‌ଚରିଂ। ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରି ଭୋଟ୍‌ ବାକ୍ସ ଛଡ଼ାଇ ନେଲେ ଦୁର୍ବୃତ୍ତ। ଗୁରୁତର ଆହତ ହୋଇ ପ୍ରିଜାଇଡିଂ ଅଫିସର ପୂର୍ଣ୍ଣଚନ୍ଦ୍ର ରାଉଳ ଗଁଦିଆ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଆଜି ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ଓ ହିନ୍ଦୋଳ ବ୍ଲକ୍‌ର ମୋଟ୍‌ ୮୭୨ଟି ବୁଥ୍‌ରେ ମତଦାନ ହୋଇଛି। ତେବେ ନିହଲପ୍ରସାଦ ପୋଲିଂ ବୁଥ୍‌ରେ ମତଦାନ ଚାଲିଥିବା ବେଳେ […]

ପ୍ରିଜାଇଡିଂ ଅଫିସରଙ୍କୁ ପିଟି ଭୋଟ୍‌ ବାକ୍ସ ଛଡ଼ାଇ ନେଲେ

DKL

Advertisment

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଯାଜପୁର ପରେ ଢେଙ୍କାନାଳରେ ହୋଇଛି ଭୋଟ୍‌ କ୍ୟାପ୍‌ଚରିଂ। ପ୍ରିଜାଇଡିଂ ଅଫିସରଙ୍କୁ ମାଡ଼ ମାରି ଭୋଟ୍‌ ବାକ୍ସ ଛଡ଼ାଇ ନେଲେ ଦୁର୍ବୃତ୍ତ। ଗୁରୁତର ଆହତ ହୋଇ ପ୍ରିଜାଇଡିଂ ଅଫିସର ପୂର୍ଣ୍ଣଚନ୍ଦ୍ର ରାଉଳ ଗଁଦିଆ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

Advertisment

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ଆଜି ଢେଙ୍କାନାଳ ଜିଲ୍ଲାର ଗଁନ୍ଦିଆ ଓ ହିନ୍ଦୋଳ ବ୍ଲକ୍‌ର ମୋଟ୍‌ ୮୭୨ଟି ବୁଥ୍‌ରେ ମତଦାନ ହୋଇଛି। ତେବେ ନିହଲପ୍ରସାଦ ପୋଲିଂ ବୁଥ୍‌ରେ ମତଦାନ ଚାଲିଥିବା ବେଳେ ଭୋଟ୍‌ କ୍ୟାପ୍‌ଚରିଂ ହୋଇଛି। ବୁଥ୍‌ ଦାୟିତ୍ୱରେ ଥିବା ପ୍ରିଜାଇଡିଂ ଅଫିସର ପୂର୍ଣ୍ଣଚନ୍ଦ୍ର ରାଉଳ ସେମାନଙ୍କୁ ବିରୋଧ କରିଥିଲେ। ଏହା ପରେ ଦୁର୍ବୃତ୍ତମାନେ ପ୍ରିଜାଇଡିଂ ଅଫିସର ଶ୍ରୀ ରାଉଳଙ୍କୁ ମାଡ଼ ମାରି ଭୋଟ୍‌ ବାକ୍ସ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ଗୁରୁତର ବଅସ୍ଥାରେ ଉଦ୍ଧାର କରାଯାଇ ଗଁଦିଆ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଯାଜପୁର ଜିଲ୍ଲା ବରୀ ରୁଦ୍ରପୁର ପଞ୍ଚାୟତର ୫ ନମ୍ବର ଓ୍ୱାର୍ଡରେ ଭୋଟ୍‌ କ୍ୟାପ୍‌ଚରିଂ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକମାନେ ଠେଙ୍ଗାରେ ସେମାନଙ୍କୁ ଗୋଡାଇ ଗୋଡାଇ ପିଟିଥିବା ଅଭିଯୋଗ ହୋଇଛି। ଯାହାଫଳରେ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଯାଜପୁର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment
Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe