Advertisment

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାମରା ବନ୍ଦ

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ୪ ଦଫା ଦାବି ପୂରଣ ପାଇଁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୮ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅନ୍ୟ ପଟେ ଯାନବାହନ ଚଳାଚଳ ସାଙ୍ଗକୁ ସରକାରୀ, ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ବାମରାସ୍ଥିତ ମୁକ୍ତିଧାମ ଭାଙ୍ଗାରୁଜା କରିଥିବା ବ୍ୟକ୍ତି ଓ ଜମି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ […]

ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାମରା ବନ୍ଦ

bamara

Advertisment

କୁଚିଣ୍ଡା(ଦେବେନ୍ଦ୍ର ବେହେରା): ୪ ଦଫା ଦାବି ପୂରଣ ପାଇଁ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ବନ୍ଦ ଡାକରା ଦିଆଯାଇଛି। ଆଜି ସକାଳ ୮ଟାରୁ ଏହି ବନ୍ଦ ଆରମ୍ଭ ହୋଇଥିବା ବେଳେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅନ୍ୟ ପଟେ ଯାନବାହନ ଚଳାଚଳ ସାଙ୍ଗକୁ ସରକାରୀ, ବେସରକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି।

Advertisment

ବାମରାସ୍ଥିତ ମୁକ୍ତିଧାମ ଭାଙ୍ଗାରୁଜା କରିଥିବା ବ୍ୟକ୍ତି ଓ ଜମି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜମିମାଫିଆଙ୍କ ନାମରେ ଜାରି କରାଯାଇଥିବା ପଟ୍ଟାକୁ ରଦ୍ଦ କରାଯିବା, ମୁକ୍ତିଧାମ ସଂଲଗ୍ନ ସରକାରୀ ଜମିକୁ ମୁକ୍ତିଧାମ ନାମରେ ପଟ୍ଟା ପ୍ରଦାନ କରାଯିବା ସହ ଶବଦାହ ଗୃହ ନିର୍ମାଣ କରାଯିବାକୁ ଦାବି କରାଯାଇଛି। ଏହାବାଦ ପୂର୍ବ ରେଳ ଫାଟକ ସମେତ ଅନ୍ୟ ଦୁଇଟି ସ୍ଥାନରେ ଅଣ୍ଡର ପାସ ନିର୍ମାଣ, ଝାରସୁଗୁଡା ଆରପିଏଫ ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବାମରାରେ ରେଳ ବିଭାଗ ପକ୍ଷରୁ କ୍ୟାମ୍ପ କରି ସମନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଦାବି ନେଇ ମୁକ୍ତିଧାମ ନିର୍ମାଣ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ପ୍ରଶାସନ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲି ରହିବ ବୋଲି ସଭାପତି ମୁକ୍ତିଧାମ କମିଟି ପକ୍ଷରୁ କୁହାଯାଇଛି। ଏପରିକି ପ୍ରଶାସନ ଦାବି ପୂରଣ କଲେ ତୁରନ୍ତ ଉଠିଯିବୁ ବୋଲି କହିଛନ୍ତି। ବାମରା ବନ୍ଦ ଡାକରାକୁ ବାମରା ନାଗରିକ କମିଟି, ମାର୍ଚେଣ୍ଟ ଆସୋସିଏଶନ, ରେଲ କ୍ରିୟାନୁଷ୍ଠାନ କମିଟି, ସାମ୍ବାଦିକ ସଂଘ ଓ ଚାଷୀ ସଂଗଠନ ସମେତ ଜନସାଧାରଣ ସହଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe