/odisha-reporter/media/post_attachments/uploads/2016/06/bana-baba-1.jpg)
bana-baba
କୋଣାର୍କ: କୋର୍ଣାକ ଦର୍ଶନୀବନ୍ତ ସ୍ଥିତ ବାନା ବାବା ଆଶ୍ରମରେ ଚାଲିଥିବା ଜବରଦଖଲ ଉଚ୍ଛେଦ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଶ୍ରମ ପରିସରରେ ଥିବା ମୁଖ୍ୟକୋଠାକୁ ଏବେ ଭଙ୍ଗା ଯାଉଛି। ପ୍ରାୟ ୨୦ ଏକର ଜମିରେ ପ୍ରତିଷ୍ଠା ହୋଇଥିବା ଏହି ଆଶ୍ରମରେ ଉଚ୍ଛେଦ କାର୍ଯ୍ୟ ସରିବା ପରେ ଏଠାରେ ଏକ କୃଷ୍ଣସାର ମୃଗ ପ୍ରଜନନ କେନ୍ଦ୍ର ଓ ଏକ ସେକସନ ଅଫିସ କାର୍ଯ୍ୟକ୍ଷମ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
Advertisment
ଗତ ୩ ତାରିଖରେ ପ୍ରଶାସନ ଏଠାରେ ୧୪୪ ଧାରା ଜାରି କରିବା ସହ ଉଚ୍ଛେଦ କାମ ଆରମ୍ଭ କରିଥିଲା।
ସେପଟେ ଆଶ୍ରମ ଉଚ୍ଛେଦ ସମୟରେ ନିକଟରେ ଥିବା ଏକ ସମାଧି ତଳୁ ମିଳିଥିବା ନର କଙ୍କାଳ ସଂପର୍କରେ ବାନା ବାବା ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି,“ଏହି କଙ୍କାଳ ଆଶ୍ରମରେ ରହୁଥିବା ଜଣେ ଅନ୍ତେବାସୀଙ୍କର। ତାଙ୍କ ମୃତ୍ୟୁ ପରେ ଏଠାରେ ତାଙ୍କ ସମାଧି ଦିଆଯାଇଥିଲା।”
Advertisment
ଏସଂପର୍କରେ ପୋଲିସ୍ ନିକଟରେ ଅଭିଯୋଗ ହେଲେ ତା’ର ତଦନ୍ତ କରାଯିବ ବୋଲତ ନିମାପଡ଼ା ଏସଡିପିଓ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
