Advertisment

ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର। ଏଥସହ ସାଧାରଣ ଦର୍ଶନ ମଧ୍ୟ ହେବ। ଆଜି ଫାଲଗୁନ ମାସ କୃଷ୍ଣ ପଞ୍ଚମୀ ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ବନକଲାଗି ବା ଶ୍ରୀମୁଖସିଂହାର ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତ ମାନେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ଆରମ୍ଭ କରିବେ। ବନକ ଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହା ଏକ ଗୁପ୍ତ […]

ଅଦ୍ୟତନ ହୋଇଛି
ଶ୍ରୀମନ୍ଦିରର ନିଷିଦ୍ଧାଞ୍ଚଳରେ ନିର୍ମାଣକୁ ବିଜେପିର ବିରୋଧ

Puri Jagannath Temple

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର। ଏଥସହ ସାଧାରଣ ଦର୍ଶନ ମଧ୍ୟ ହେବ। ଆଜି ଫାଲଗୁନ ମାସ କୃଷ୍ଣ ପଞ୍ଚମୀ ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ବନକଲାଗି ବା ଶ୍ରୀମୁଖସିଂହାର ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତ ମାନେ ମହାପ୍ରଭୁଙ୍କର ଏହି ଗୁପ୍ତ ନୀତି ଆରମ୍ଭ କରିବେ।

Advertisment

ବନକ ଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟା ଧରି ଏହି ନୀତି ଚାଲିବ। ଏଥିପାଇଁ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ।

ଶ୍ରୀମନ୍ଦିରରେ ପ୍ରତି ବୁଧବାର କିମ୍ବା ଗୁରୁବାରରେ ବନକ ଲାଗି ନୀତି ପାଳନ ହେବା ବିଧି ରହିଛି। ଶ୍ରୀମନ୍ଦିର ନୀତି ନୀର୍ଘଣ୍ଟ ଅନୁଯାୟୀ ଅପରାହ୍ଣ ୪ଟାରୁ  ମହାପ୍ରଭୁଙ୍କର ଶ୍ରୀମୁଖ ଶୃଙ୍ଗାର ନୀତି ଆରମ୍ଭ କରାଯିବ। ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ। ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତ ମାନେ ଏହି ନୀତି ସଂପନ୍ନ କରିବେ ।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe