Advertisment

ବିଜେଡି ଓ ବିଜେପି ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’, ନିଆରା ଢଙ୍ଗରେ ସାମିଲ ହେଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ରାଜ୍ୟର ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ଆଜି ଅପରାହ୍ନ ସାଢେ ଼୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ବିଜେଡି, ବିଜେପି, କଂଗ୍ରେସ ଓ ସମାଜବାଦୀ ପାର୍ଟି କର୍ମକର୍ତ୍ତାମାନେ ନିଜ ନିଜର ରାଜ୍ୟ କାର୍ଯ୍ୟାଳୟରେ ଏକଜୁଟ ହୋଇ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇଛନ୍ତି। ଅବଶ୍ୟ କଂଗ୍ରେସ ପକ୍ଷରୁ କରୋନା ଯୋଦ୍ଧାଙ୍କ ସମ୍ମାନରେ ଜନଗଣମନ,ରଘୁପତି ରାଘବ ରାଜାରାମ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବାବେଳେ […]

author-image
Tapas Behera
ଅଦ୍ୟତନ ହୋଇଛି
ବିଜେଡି ଓ ବିଜେପି ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’, ନିଆରା ଢଙ୍ଗରେ ସାମିଲ ହେଲା କଂଗ୍ରେସ

DSC_9544-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ରାଜ୍ୟର ପ୍ରମୁଖ ରାଜନୀତିକ ଦଳଗୁଡ଼ିକ ଆଜି ଅପରାହ୍ନ ସାଢେ ଼୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ବିଜେଡି, ବିଜେପି, କଂଗ୍ରେସ ଓ ସମାଜବାଦୀ ପାର୍ଟି କର୍ମକର୍ତ୍ତାମାନେ ନିଜ ନିଜର ରାଜ୍ୟ କାର୍ଯ୍ୟାଳୟରେ ଏକଜୁଟ ହୋଇ ଏକାସାଙ୍ଗରେ ‘ବନ୍ଦେ ଉତ୍କଳ ଜନନୀ’ ଗାଇଛନ୍ତି। ଅବଶ୍ୟ କଂଗ୍ରେସ ପକ୍ଷରୁ କରୋନା ଯୋଦ୍ଧାଙ୍କ ସମ୍ମାନରେ ଜନଗଣମନ,ରଘୁପତି ରାଘବ ରାଜାରାମ ଓ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିବାବେଳେ ମୃତକଙ୍କ ଆତ୍ମାର ସଦଗତି ପାଇଁ ୨ମିନିଟର ନିରବପ୍ରାର୍ଥନା ହୋଇଥିଲା।
publive-image

Advertisment

ମିଳିଥିବା ସୂଚନା ଅନୁସାରେ, ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଦଳୀୟ ପଦାଧିକାରୀମାନେ ଏକଜୁଟ ହୋଇ ନିର୍ଦ୍ଧାରିତ ସମୟରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ‘ବନ୍ଦେ ଉତ୍କଳ ଜନନୀ’ ସମବେତ ଭାବେ ଗାନ କରିଥିଲେ। ଦଳ ପକ୍ଷରୁ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ ମଧ୍ୟ ହୋଇଥିଲା। ଦଳର ବରିଷ୍ଠ ନେତା ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରମିଳା ମଲ୍ଲିକ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ବିଜୟ ନାୟକ, ଲୋପାମୁଦ୍ରା ବକ୍ସିପାତ୍ର, କସ୍ତୁରୀ ମହାପାତ୍ର, ଅମ୍ରେଶ ପତ୍ରୀ ରାଣାପ୍ରତାପ ପାତ୍ର ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ତେବେ ଦଳର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ସୁଜିତ୍ କୁମାର, ମୁନ୍ନା ଖାନ, ସୁବାସ ସିଂଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ  ଭୁବନେଶ୍ୱରରେ ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କୁ ଦଳୀୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିନଥିଲା। ବିଜେଡି କାର୍ଯ୍ୟାଳୟରେ ସାମାଜିକ ଦୂରତ୍ୱ ପ୍ରତି ବିଶେଷ ଧ୍ୟାନ ଦିଆଯାଇନଥିବା ଦେଖିବାକୁ ମିଳିଛି।
ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଦଳ ପକ୍ଷରୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧାକୁ କଡ଼ାକଡ଼ି ପାଳନ କରାଯାଇଥିଲା। ଦଳର ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତି, ଯତୀନ ମହାନ୍ତି, ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ଉମାକାନ୍ତ ପଟ୍ଟନାୟକ, ଠାକୁର ରଣଜିତ୍ ଦାଶ, ଟଙ୍କଧର ତ୍ରିପାଠୀ, ଶାରଦା ଶତପଥୀ, ଗୌତମ ରାୟ ଜଗନ୍ନାଥ ପ୍ରଧାନ, ରାଜେନ୍ଦ୍ର ପଣ୍ଡା ଓ ସୁଶାନ୍ତ ମଲ୍ଲିକଙ୍କ ସମେତ ବହୁ ନେତା ଉପସ୍ଥିତ ରହି କରୋନା ଯୋଦ୍ଧାମାନଙ୍କ ପ୍ରତି ନିଜର ସମ୍ମାନ ଜଣାଇଥିଲେ।

publive-image

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ସମର୍ଥନ ଜଣାଇ କଂଗ୍ରେସ ନେତାମାନେ କଂଗ୍ରେସ ଭବନରେ ଏକଜୁଟ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ନେତାମାନେ କଂଗ୍ରେସ ଭବନରେ ଏକଜୁଟ ହୋଇ କରୋନା ଯୋଦ୍ଧାଙ୍କ ସମ୍ମାନରେ ସନ୍ଧ୍ୟା ୫ଟାରେ ଜାତୀୟ ସଙ୍ଗୀତ ‘ଜନଗଣ ମନ, ସାଢ଼େ ୫ଟାରେ ‘ବନ୍ଦେ ଉତ୍କଳ ଜନନୀ’ ଓ ସନ୍ଧ୍ୟା ୬ଟାରେ ‘ରଘୁପତି ରାଘବ ରାଜାରାମ’ ଗୀତ ଗାନ କରିଥିଲେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅପାରଗତା ଓ ପରିଚାଳନାଗତ ତ୍ରୁଟି ଯୋଗୁ କରୋନା ଯନ୍ତ୍ରଣାରେ  ପ୍ରାଣ ହରାଇଥିବା ଦିବଂଗତ ଆତ୍ମାଙ୍କ ସଦଗତି ପାଇଁ ୨ମିନିଟ ନିରବ ପ୍ରାର୍ଥନା ମଧ୍ୟ ଦଳ ପକ୍ଷରୁ ହୋଇଥିଲା।

Advertisment

ଦଳର ନେତା ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ପଂଚାନନ କାନୁନଗୋ,ପ୍ରସାଦ ହରିଚିନ୍ଦନ, ଜଗନ୍ନାଥ ପଟ୍ଟନାୟକ, ସୁରେଶ ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ସତ୍ୟପ୍ରକାଶ ନାୟକ,ମନୋରଞ୍ଜନ ଦାଶ, ଜ୍ଞାନଦେବ ବେଉରା,ରଶ୍ମୀ ମହାପାତ୍ର, ଚିନ୍ମୟ ସୁନ୍ଦର ଦାଶ ଆଦି ନେତାମାନେ ଉପସ୍ଥିତ ଥିଲେ।
ସେହିପରି ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଦଳର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳର କର୍ମୀମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବା ଜଣାପଡ଼ିଛି।