Advertisment

ସିଟି ହସ୍‌ପିଟାଲ ଦାବିରେ ବରଗଡ଼ ସହର ବନ୍ଦ

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହରରେ ଥିବା ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ‘ସିଟି ହସ୍‌ପିଟାଲ’ ଭାବେ ସ୍ଥାପନ କରିବା ଦାବିରେ ବନ୍ଦ ପାଳନ କରାଯାଉଛି। ଫଳରେ ସହରରେ ଦୋକାନ ବଜାର ବନ୍ଦ ରହିଛି। ହେଲେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି। ପୁରୁଣା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଶହ ଶହ ମହିଳା-ପୁରୁଷ ଏକତ୍ରିତ ହୋଇ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷରେ  ବରଗଡ଼ ସହରଠାରୁ  ୧୦ କିମି ଦୂର ଟୁକୁର୍ଲାକୁ ନୂତନ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ପରେ ସହର ମଧ୍ୟରେ ଥିବା  […]

author-image
Jyoshna Pradhan
ସିଟି ହସ୍‌ପିଟାଲ ଦାବିରେ ବରଗଡ଼ ସହର ବନ୍ଦ

baragada

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହରରେ ଥିବା ପୁରୁଣା ମୁଖ୍ୟ ଚିକିତ୍ସାଳୟକୁ ‘ସିଟି ହସ୍‌ପିଟାଲ’ ଭାବେ ସ୍ଥାପନ କରିବା ଦାବିରେ ବନ୍ଦ ପାଳନ କରାଯାଉଛି। ଫଳରେ ସହରରେ ଦୋକାନ ବଜାର ବନ୍ଦ ରହିଛି। ହେଲେ ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି। ପୁରୁଣା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଶହ ଶହ ମହିଳା-ପୁରୁଷ ଏକତ୍ରିତ ହୋଇ ଧାରଣାରେ ବସିଛନ୍ତି।

Advertisment

ଅନ୍ୟପକ୍ଷରେ  ବରଗଡ଼ ସହରଠାରୁ  ୧୦ କିମି ଦୂର ଟୁକୁର୍ଲାକୁ ନୂତନ ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର ହେବା ପରେ ସହର ମଧ୍ୟରେ ଥିବା  ପୁରୁଣା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ଠପ୍‌ ହୋଇପଡ଼ିଛି। ତେଣୁ ଏକ ସିଟି ହସ୍‌ପିଟାଲ ସ୍ଥାପଦ ଦାବିରେ ସହରବାସୀଙ୍କ ଅସନ୍ତୋଷ ବ‍ଢ଼ିବାରେ ଲାଗିଛି।

ସିଟି ହସ୍ପିଟାଲ  ସ୍ଥାପନ ଦାବିରେ ଶନିବାର ଦିନ କଂଗ୍ରେସ ପକ୍ଷରୁ ୨୪ ଘଣ୍ଟିଆ ଅନଶନ ଓ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା। ଏହା ସହ ବରଗଡ଼ ସହରବାସୀଙ୍କ ପକ୍ଷରୁ ରାସ୍ତାରୋକ ମଧ୍ୟ କରାଯାଇଥିଲା।

Advertisment