DSCN2777-1
ସମ୍ୱଲପୁର : ସମ୍ୱଲପୁର ଜିଲ୍ଲା ଚିପିଲିମା ଥାନା ଅନ୍ତର୍ଗତ ବନ୍ଧପାଲି ଗାଁରେ ନିସନ୍ତାନ ଦମ୍ପତ୍ତିଙ୍କୁ ଘର ଭିତରେ ନିର୍ମମ ହତ୍ୟା ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ମୃତକର ସାନ ଭାଇ ମାନଭଂଜନ ନାୟକ । ଧାନ ବେପାର ଓ ସୁଧ କାରବାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା। ହତ୍ୟାକାରୀମାନେ ଗତ ୨୫ତାରିଖ ରାତିରେ ଯୋଜନା ବଦ୍ଧ ଭାବେ ଘର ଭିତରେ ପଶି ୨ଟି ଟାଙ୍ଗିଆରେ ଦମ୍ପତ୍ତିଙ୍କୁ ହତ୍ୟା କରି ମୃତ ଦେହକୁ ଘରେ ଲୁଚାଇ ଦେଇ ବାହାରୁ ତାଲା ଦେଇ ଫେରାର ହୋଇଯାଇଥିଲେ। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ନିଜର ସଂପୃକ୍ତି ସ୍ୱିକାର କରିଛନ୍ତି । ବନ୍ଧପାଲି ଗାଁର ଚିତ୍ତ ରଂଜନ ନାୟକ ଓ ତାଙ୍କ ପତ୍ନୀ ପୁଷ୍ପାଂଜଳୀ ନାୟକ ଘର ଅଗଣାରେ ଶୋଇଥିବା ସମୟରେ ଏହି ଅଘଟଣ ଘଟିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/DSCN2777-1.jpg)