ଓଡ଼ିଶାରେ ଯଥାରୀତି ଚାଲିବ ବ୍ୟାଙ୍କ ସେବା, ସୋଶାଲ୍‌ ମିଡିଆ ଗୁଜବ୍‌ରେ ବିଶ୍ୱାସ କରନ୍ତୁ ନାହିଁ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ ସପ୍ତାହକ ପାଇଁ ବ୍ୟାଙ୍କ ବନ୍ଦ ରହିବ ବୋଲି ସୋଶାଲ୍‌ ମିଡିଆରେ ପ୍ରଚାର ହେଉଛି। ଏହା ପୂର୍ବରୁ ସବୁ ବ୍ୟାଙ୍କ କାମ ସାରି ଦେବାକୁ କିଛି ଲୋକ ପରାମର୍ଶ ଦେଉଛନ୍ତି। ହେଲେ ଏପରି ଖବରରେ କୌଣସି ସତ୍ୟତା ନଥିବା ଜଣାପଡ଼ିଛି। ଛୁଟି ଓ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସେପ୍ଟେମ୍ବର ମାସର ପ୍ରଥମ ୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୋଶାଲ୍‌ ମିଡିଆରେ ଯେଉଁ ଖବର ପ୍ରକାଶ ପାଉଛି, ତାହା ସତ […]

bank

Rakesh Mallick
  • Published: Friday, 31 August 2018
  • , Updated: 31 August 2018, 09:25 AM IST

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ ସପ୍ତାହକ ପାଇଁ ବ୍ୟାଙ୍କ ବନ୍ଦ ରହିବ ବୋଲି ସୋଶାଲ୍‌ ମିଡିଆରେ ପ୍ରଚାର ହେଉଛି। ଏହା ପୂର୍ବରୁ ସବୁ ବ୍ୟାଙ୍କ କାମ ସାରି ଦେବାକୁ କିଛି ଲୋକ ପରାମର୍ଶ ଦେଉଛନ୍ତି। ହେଲେ ଏପରି ଖବରରେ କୌଣସି ସତ୍ୟତା ନଥିବା ଜଣାପଡ଼ିଛି।
ଛୁଟି ଓ ବ୍ୟାଙ୍କ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସେପ୍ଟେମ୍ବର ମାସର ପ୍ରଥମ ୬ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୋଶାଲ୍‌ ମିଡିଆରେ ଯେଉଁ ଖବର ପ୍ରକାଶ ପାଉଛି, ତାହା ସତ ନୁହେଁ ବୋଲି ନ୍ୟାସନାଲ୍‌ ଅର୍ଗାନାଇଜେସନ୍‌ ଅଫ୍‌ ବ୍ୟାଙ୍କ ୱାର୍କର୍ସ ଉପସଭାପତି ଅଶ୍ୱିନ୍‌ ରାଣା କହିଛନ୍ତି।

ସେ କହିଛନ୍ତି, “ସେପ୍ଟେମ୍ବର ୪ ଓ ୫ ତାରିଖରେ ପ୍ରୋଭିଡେଣ୍ଟ ଫଣ୍ଡ ଓ ପେନ୍‌ସନ୍‌ ସମ୍ପର୍କିତ ସମସ୍ୟାକୁ ନେଇ ଆରବିଆଇ କର୍ମଚାରୀମାନେ ସାମୂହିକ ଛୁଟିରେ ଯାଉଛନ୍ତି। କିନ୍ତୁ ଏହାର ପ୍ରଭାବ କୌଣସି ରାଷ୍ଟ୍ରାୟତ ଓ ଘରୋଇ ବ୍ୟାଙ୍କ ଉପରେ ପ୍ରଭାବ ପକାଇବ ନାହିଁ। ତେଣୁ ଏହି ଦୁଇଦିନ ବ୍ୟାଙ୍କ ଖୋଲା ରହିବ।”
ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲା ଶନିବାର ଦିନ ବ୍ୟାଙ୍କ ଯଥାରୀତି କାର୍ଯ୍ୟ କରିବ। ସେପ୍ଟେମ୍ବର ୨ ତାରିଖ ରବିବାର ବ୍ୟାଙ୍କ ଛୁଟି ରହିବ। ୩ ତାରିଖ ସୋମବାର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଥିବାରୁ ଦେଶର କିଛି ସ୍ଥାନରେ, ବିଶେଷ କରି ଉତ୍ତର ଭାରତରେ, କିଛି ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ଓଡ଼ିଶାରେ ଜନ୍ମାଷ୍ଟମୀ ରବିବାର ପଡ଼ୁଥିବାରୁ ୩ ତାରିଖ ସୋମବାର ବ୍ୟାଙ୍କ ଖୋଲା ରହିବ। ପୁଣି ୮ ତାରିଖ ଦ୍ଵିତୀୟ ଶନିବାର ହୋଇଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ।
ତେବେ ସୋଶାଲ୍‌ ମିଡିଆରେ ଏହାକୁ ଭୁଲ ଭାବେ ଦର୍ଶାଯାଇ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ସବୁ ବ୍ୟାଙ୍କ ବନ୍ଦ ରହିବ ବୋଲି କିଛି ଲୋକ ପ୍ରଚାର କରୁଛନ୍ତି।

Related story