ବଂଶୀଧର ପ୍ରତିହାରୀଙ୍କୁ ମିଳିବ ଧର୍ମପଦ ପୁରସ୍କାର

ରାଜ୍ୟରେ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସବୋର୍ଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ଆଜି ଓଡ଼ିଶା ଲଳିତକଳା ଏକାଡ଼େମୀ ପକ୍ଷରୁ ନାଁ ଘୋଷଣା ହୋଇଛି ।

ସମ୍ବର୍ଦ୍ଧିତ ହେବାକୁ ଥିବା ଶିଳ୍ପୀ ବୃନ୍ଦ।

  • Published: Saturday, 04 February 2023
  • , Updated: 04 February 2023, 09:54 PM IST

ରାଜ୍ୟରେ ଚିତ୍ରକଳା ଓ ସ୍ଥାପତ୍ୟ କଳା କ୍ଷେତ୍ରରେ ସବୋର୍ଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ଆଜି ଓଡ଼ିଶା ଲଳିତକଳା ଏକାଡ଼େମୀ ପକ୍ଷରୁ ନାଁ ଘୋଷଣା ହୋଇଛି । ୨୦୨୨ ମସିହା ପାଇଁ ସମ୍ମାନଜନକ ଧର୍ମପଦ ପୁରସ୍କାର ନିମନ୍ତେ ୯୪ବର୍ଷ ବୟସ୍କ ବିଶିଷ୍ଟ ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀଙ୍କୁ ଚୟନ କରାଯାଇଛି ।

ଆଜି ଓଡ଼ିଶା ଲଳିତ କଳା ଏକାଡ଼େମୀ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ବ୍ରଜବନ୍ଧୁ ମିଶ୍ର, ତାଳପତ୍ର ଚିତ୍ର ଶିଳ୍ପୀ ଲକ୍ଷ୍ମୀଧର ସୁବୁଦ୍ଧି, ପାରମ୍ପରିକ ପଟ୍ଟଚିତ୍ର ଶିଳ୍ପୀ ଭ୍ରମରବର ନାୟକ, ଚିତ୍ରଶିଳ୍ପୀ ରମେଶ କୁମାର ବେହେରା ଓ ପ୍ରସ୍ତର ଶିଳ୍ପୀ କେଶବ ଚନ୍ଦ୍ର ମହାରଣା ପ୍ରମୁଖଙ୍କୁ ଶିଳ୍ପୀ ସମ୍ବର୍ଦ୍ଧନା ପାଇଁ ଚୟନ କରାଯାଇଛି । ଧର୍ମପଦ ପୁରସ୍କୃତ ଶିଳ୍ପୀଙ୍କୁ ୫ଲକ୍ଷ ଟଙ୍କା ରାଶି ଓ ସମ୍ବର୍ଦ୍ଧିତ ଶିଳ୍ପୀଙ୍କୁ ୧ଲକ୍ଷ ଟଙ୍କା ରାଶି ସହ ତାମ୍ରଫଳକ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯିବ । ଆସନ୍ତା ୬ତାରିଖ ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୂଚନା ମିଳିଛି ।

Related story