Advertisment

ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ବରଗଡ଼ (ଓଡ଼ିଶା ରିପୋର୍ଟର): ଉଦ୍‌ଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜିଠାରୁ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଏଥିପାଇଁ ଚଳଚଞ୍ଚଳ ହୋଇଛି ବରଗଡ଼ ସହର। ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ସାଜିଛି ଗୋପପୁର। ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି ଏବଂ ଗୋପପୁର ଅମ୍ବାପାଲ୍ଲୀରେ ମଞ୍ଚସ୍ଥ ହେବ କୃଷ୍ଣଲୀଳା ମହୋତ୍ସବ। କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧି ଧନୁଯାତ୍ରାକୁ ଉଦଘାଟନ କରିଥିଲେ। ଆଜି ଦେବକୀ ବସୁଦେବଙ୍କ ବିବାହ, କଂସଙ୍କୁ […]

author-image
Rakesh Mallick
ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

12-1-750x430

ବରଗଡ଼ (ଓଡ଼ିଶା ରିପୋର୍ଟର): ଉଦ୍‌ଘାଟିତ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଆଜିଠାରୁ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଏଥିପାଇଁ ଚଳଚଞ୍ଚଳ ହୋଇଛି ବରଗଡ଼ ସହର।

Advertisment

ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ସାଜିଛି ଗୋପପୁର। ମଥୁରା ନଗରୀରେ ଚାଲିବ ମହାରାଜ କଂସଙ୍କ ରାଜୁତି ଏବଂ ଗୋପପୁର ଅମ୍ବାପାଲ୍ଲୀରେ ମଞ୍ଚସ୍ଥ ହେବ କୃଷ୍ଣଲୀଳା ମହୋତ୍ସବ। କମିଟିର ଅଧ୍ୟକ୍ଷ ତଥା ଜିଲ୍ଲାପାଳଙ୍କ ଉପସ୍ଥିତିରେ ସ୍ଥାନୀୟ ଜନପ୍ରତିନିଧି ଧନୁଯାତ୍ରାକୁ ଉଦଘାଟନ କରିଥିଲେ।

ଆଜି ଦେବକୀ ବସୁଦେବଙ୍କ ବିବାହ, କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ ଏବଂ କଂସଙ୍କ ସିଂହାସନ ଆରୋହଣ, ଦେବକୀ ଓ ବସୁଦେବଙ୍କୁ କାରାଗାର ପ୍ରେରଣ ଆଦି ମଞ୍ଚସ୍ଥ ହେବ।

Advertisment