Advertisment

ଆଜି ନେତା ବାଛିବେ ଅତାବିରା ଓ ହିନ୍ଦୋଳ ବାସୀ, ଚାଲିଛି ମତଦାନ

ହିନ୍ଦୋଳ ଏନ୍ଏସିରେ ୧୬ଟି ୱାର୍ଡ ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ୫୦ କାଉନସିଲର ପ୍ରାର୍ଥୀ ଓ ୩ ପ୍ରମୁଖ ଦଳର ଚେୟାରମ୍ୟାନ ପ୍ରାର୍ଥୀ।

author-image
Tapaswini Nayak
ଅଦ୍ୟତନ ହୋଇଛି
Vote

Vote

ବରଗଡ଼ ଜିଲ୍ଲା ଅତାବିରା ଓ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ଏସି ନିର୍ବାଚନ ପାଇଁ ଆଜି ଭୋଟ୍ ଗ୍ରହଣ ହେଉଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର। ସନ୍ଧ୍ୟା ୫ଟା ଯାଏ ମତଦାନ ଚାଲିବ।

Advertisment

ଅତାବିରାର ୧୨ଟି ୱାର୍ଡରେ ୧୬ଟି ବୁଥ୍ କରାଯାଇଛି। ଅତାବିରା ବାଳିକା ହାଇସ୍କୁଲର ୨ ନମ୍ବର ବୁଥକୁ ପିଙ୍କ ବୁଥ୍ କରାଯାଇଛି । ଏଥିରେ ସମସ୍ତ ନିର୍ବାଚନ କର୍ମଚାରୀ ଓ ଦଳୀୟ ଏଜେଣ୍ଟ ମହିଳା ରହିବେ। ସେହିପରି ହିନ୍ଦୋଳ ଏନ୍ଏସିର ୧୬ଟି ୱାର୍ଡ ପାଇଁ ନିର୍ବାଚନ ହେଉଛି। 

ହିନ୍ଦୋଳ ଏନ୍ଏସିରେ ୧୬ଟି ୱାର୍ଡ ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଛନ୍ତି ୫୦ କାଉନସିଲର ପ୍ରାର୍ଥୀ ଓ ୩ ପ୍ରମୁଖ ଦଳର ଚେୟାରମ୍ୟାନ ପ୍ରାର୍ଥୀ। ଏଠାରେ ଭୋଟର୍ ସଂଖ୍ୟା ୯ହଜାର ୮ଶହ ୬୩ ରହିଛି । ଶାନ୍ତି ଶୃଙ୍ଖଳାର ସହ ଅବାଧ ଓ ମୁକ୍ତ ନିର୍ବାଚନ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି।

Advertisment
Dhenkanal Bargarh NAC Election Hindol Attabira