Advertisment

ଶ୍ରମିକଙ୍କୁ ନେଇ ଯାଉଥିବା ପିକଅପ ଓଲଟିଲା,୧୪ ଜଣ ଶ୍ରମିକ ଆହତ

ବରଗଡ-ବିଜେପୁର ରାସ୍ତାର ଝାଡେଶ୍ୱର୍ ମନ୍ଦିର ପାଖରେ ୨୨ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
labour injured

labour injured

ବରଗଡ-ବିଜେପୁର ରାସ୍ତାର ଝାଡେଶ୍ୱର୍ ମନ୍ଦିର ପାଖରେ ୨୨ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଛି। ଦୁର୍ଘଟଣାରେ ଗାଡ଼ିର ଡ୍ରାଇଭର ସମେତ ୧୪ ଜଣ ଶ୍ରମିକ ଆହତ ହୋଇଛନ୍ତି। ଏମାନେ ସମସ୍ତେ ଗାଇସିଲେଟ ବ୍ଳକ ଅନ୍ତର୍ଗତ ସିଂହେନ ମୁଣ୍ଡା, ସୁନାରିପାଲି ଏବଂ କୁର୍ଲ୍ଲୁବାହାଲ ଗ୍ରାମର ବୋଲି ଜଣାପଡ଼ିଛି।

Advertisment

ଏମାନେ ସମସ୍ତେ ବରଗଡ ସଦର ବ୍ଲକ ଅଡଗାଁକୁ କୃଷି କାମ ପାଇଁ ଆସିଥିବା ବେଳେ ଆଜି ସେମାନେ ନିଜ ଗାଁକୁ ଫେରୁଥିଲେ। ତେବେ ବିଜେପୁର ରାସ୍ତାର ଝାଡେଶ୍ୱର୍ ମନ୍ଦିର ପାଖରେ ରାସ୍ତା କାମ ଚାଲିଥିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ ମାଟିଗଦା ଉପରକୁ ମାଡ଼ିଯାଇ ରାସ୍ତା କଡ଼କୁ ଓଲଟି ପଡିଥିଲା। ଯାହାଫଳରେ ଗାଡ଼ିରେ ବସିଥିବା ୨୨ ଜଣକ ମଧ୍ୟରୁ ୧୪ ଜଣ ଆହତ ହୋଇଥିଲେ। ବହୁ ଶ୍ରମିକଙ୍କ ମୁଣ୍ଡ ଫାଟି ଯାଇଛି। ହାତ ଓ ଗୋଡ଼ ହାଡ଼ ଭାଙ୍ଗି ଯାଇଛି।

ସ୍ଥାନୀୟ ଲୋକେ ଏମାନଙ୍କୁ ଉଦ୍ଧାର କରି ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବରଗଡ ମୁଖ୍ୟ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଅନ୍ୟ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଘରକୁ ପଠାଇ ଦିଆଯିବ ବୋଲି ଡାକ୍ତର କହିଛନ୍ତି ।

Advertisment

ଆହତ ଶ୍ରମିକ ସୁଶାନ୍ତ ରାଉତ କହିଛନ୍ତି, ଗୋଟାଏ ବାଇକ୍ ପିକଅପ୍ ଆଡ଼କୁ ପଶି ଆସିବାରୁ ଦୁର୍ଘଟଣାକୁ ଏଡ଼ାଇବାକୁ ଯାଇ ଏହି ଅଘଟଣ ଘଟିଛି। ଦୁର୍ଘଟଣାରେ ପ୍ରାୟ ୧୮ ଜଣ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ଅଛନ୍ତି।

Accident