/odisha-reporter/media/post_attachments/uploadimage/library/16_9/16_9_0/Injured_1683542784.jpg)
Injured
ବରଗଡ଼ ଜିଲ୍ଲା ଭଟଳି ଥାନା ଅନ୍ତର୍ଗତ ପିପଳମୁଣ୍ଡା ଛକରେ ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବାରୁ ୩୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Advertisment
ସମସ୍ତ ଆହତ ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଅରେଇଗୁଡି ଗାଁର ସଂକୀର୍ତ୍ତନ ଦଳର ସଦସ୍ୟ। ସେମାନେ ଏହି ପିକ୍ଅପ୍ ଭ୍ୟାନ୍ରେ ଛତିଶଗଡ଼କୁ କୀର୍ତ୍ତନ କରିବାକୁ ଯାଉଥିଲେ। ତେବେ ଭଟଲିର ପିପଳମୁଣ୍ଡା ବୁଲାଣି ନିକଟରେ ହଠାତ୍ ଏକ ସ୍କୁଟି ସେମାନଙ୍କ ଗାଡ଼ି ସାମ୍ନାକୁ ଆସି ଯାଇଥିଲା। ଡ୍ରାଇଭର ସ୍କୁଟି ଚଲାଉଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ଜୋରରେ ବ୍ରେକ ଦେଇଥିଲେ। ଫଳରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ସମସ୍ତଙ୍କ ଚିକିତ୍ସା କରାଯାଇଥିବା ବେଳେ ଗୁରୁତର ଥିବା ୫ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
