Advertisment

ଶୌଚାଳୟରେ ଜନ୍ମ ହେଲା ଶିଶୁକନ୍ୟା, ପାଇଖାନାରେ ଗଳିଗଲା ମୁଣ୍ଡ

ଶୌଚ ସମୟରେ ଶିଶୁଟି ଜନ୍ମ ହୋଇ ପାଇଖାନା ଭିତରେ ପଡ଼ି ଯାଇଥିଲା।

ଅଦ୍ୟତନ ହୋଇଛି
Baby

Baby

Advertisment

ଶୌଚାଳୟରେ ଜନ୍ମ ହେଲା ନବଜାତ ଶିଶୁକନ୍ୟା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ମୁଖ୍ୟ ଚିକିତ୍ସାଳୟରେ। ଶିଶୁଟିକୁ ଉଦ୍ଧାର କରାଯାଇ SNCU ରେ ଭର୍ତ୍ତି କରାଯାଇଛି।

Advertisment

କକରାଝୁରୀ ଡୁଙ୍ଗୁରିପାଲି ଅଞ୍ଚଳର ଜଣେ ମହିଳା ସନ୍ତୋସିନୀ ମିର୍ଧାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ଗତକାଲି ବିଳମ୍ବିତ ରାତିରେ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆଜି ସକାଳେ ସନ୍ତୋସିନୀଙ୍କୁ ଶୌଚ ପାଇଁ ପାଇଖାନାକୁ ଯାଇଥିଲେ। ଶୌଚ ସମୟରେ ଶିଶୁଟି ଜନ୍ମ ହୋଇ ପାଇଖାନା ଭିତରେ ପଡ଼ି ଯାଇଥିଲା। ମହିଳା ଜଣଙ୍କ ଏହା ଦେଖି ପାଟି କରିଥିଲେ। ଶିଶୁଟିର ମୁଣ୍ଡ ପାଇଖାନା ଭିତରେ ପସି ଯାଇଥିଲା।

ମହିଳାଙ୍କ ପାଟି ଶୁଣି ହସପିଟାଲରେ ଥିବା କର୍ମଚାରୀ ଓ ରୋଗୀଙ୍କ ସଂପର୍କୀୟ ଦୌଡ଼ି ଆସି ଶିଶୁଟିକୁ ଧୀରେ ଧୀରେ ପାଇଖାନାରୁ ଉଦ୍ଧାର କରିଥିଲେ। ପରେ ଶିଶୁଟିକୁ SNCU ରେ ଭର୍ତ୍ତି କରାଯାଇଛି। 

Advertisment
New Born Baby Baragrah
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe