Advertisment

ଜାଲ୍ ଜାତି ପ୍ରମାଣପତ୍ରରେ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ଅଭିଯୋଗ

ଆସନ୍ତା ୩ ତାରିଖରେ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏଥିନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିଛି। ତେବେ ବିଜେଡି ପ୍ରାର୍ଥୀ ରାଜୀବ କହାରା ମିଥ୍ୟା ଜାତି ପ୍ରମାଣ ପତ୍ର ଦେଇ ନାମାଙ୍କନ ପତ୍ର ଦାଖଲ କରିଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି।

complain

complain

Advertisment

ଆସନ୍ତା ୩ ତାରିଖରେ ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସରିଛି। ତେବେ ବିଜେଡି ପ୍ରାର୍ଥୀ ରାଜୀବ କହାରା ମିଥ୍ୟା ଜାତି ପ୍ରମାଣ ପତ୍ର ଦେଇ ନାମାଙ୍କନ ପତ୍ର ଦାଖଲ କରିଥିବା ଉଭୟ ବିଜେପି ଓ କଂଗ୍ରେସ ଅଭିଯୋଗ ଆଣିଛନ୍ତି।

Advertisment

ଏନେଇ ଅତାବିରା ଥାନାରେ ବି ସେମାନେ ଲିଖିତ ଅଭିଯୋଗ କରିଛନ୍ତି। ଲିଖିତ ଅଭିଯୋଗ ଦେବା ସମୟରେ ଥାନା ଅଧିକାରୀ ଅଭିଯୋଗ ରଖିବାକୁ ମନା କରିବାରୁ ଥାନା ଅଧିକାରୀ ଙ୍କ ସହ ଉଭୟ ବିଜେପି ଓ କଂଗ୍ରେସର କର୍ମୀ ମାନଙ୍କ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ନେଇ ଜୋର ଧରିଛି ରାଜନୀତି ।

ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ଏକ ସଂରକ୍ଷିତ ସିଟ୍‌ ଅଟେ। ମାତ୍ର ଅନୁସୂଚିତ ଜାତିର ନ ହୋଇ ବି ରାଜୀବ କହଁର ମିଥ୍ୟା ଜାତି ପ୍ରମାଣ ପତ୍ର ଦେଇ ନାମାଙ୍କନ ଭରିଥିବା ଅଭିଯୋଗ ଆଣିଛନ୍ତି ବିଜେପି ଓ କଂଗ୍ରେସ। ରାଜୀବ କହାରା ଜାଲ ପ୍ରମାଣ ପତ୍ର ଦେଇ ଥିବାର ପ୍ରମାଣ ଦେବା ପରେ ମଧ୍ୟ ନିର୍ବାଚନ ଅଧିକାରୀ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ବଜାୟ ରଖିଛନ୍ତି ବୋଲି ବିରୋଧୀ ଅଭିଯୋଗ ହୋଇଛି।

Advertisment

ଏନେଇ ଅଭିଯୋଗ କରିବାକୁ ସେମାନେ ଅତାବିରା ଥାନା ଯାଇଥିବା ବେଳେ ସେଠାରେ ବି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିବା କହିଛନ୍ତି। ଏପରିକି ଅଭିଯୋଗ ରଖିବାକୁ ଥାନା ଅଧିକାରୀ ସଫା ସଫା ମନା କରି ଦେଇଥିବା କହିଛନ୍ତି ବିଜେପି ଓ କଂଗ୍ରେସ। ମାତ୍ର ବହୁ ଯୁକ୍ତିତର୍କ ପରେ ପୁଲିସ୍‌ ଏକ ଅଭିଯୋଗପତ୍ର ରେଜିଷ୍ଟ୍ରି କରିଥିବା ଜଣାଯାଇଛି।

ମାତ୍ର ବିରୋଧୀଙ୍କ ଅଭିଯୋଗକୁ ରାଜୀବ କହାରା ଖଣ୍ଡନ କରିଛନ୍ତି। ମୋ ପରିବାର ମୁଢ଼ି ବିକେ, ମାଛ ଧରି କି ବିକ୍ରି କରେ । ତେଣୁ ଆମେ ଅନୁସୂଚିତ ଜାତିର ବୋଲି ସେ କହିଛନ୍ତି। ଏଥିସହ ମୁଁ ଦେଇଥିବା ଜାତି ପ୍ରମାଣପତ୍ର ଭୁଲ ନୁହେଁ ବୋଲି ବି ସେ ସଫେଇ ଦେଇଛନ୍ତି।

ଏନେଇ ନିର୍ବାଚନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Election Tension Situation Poltics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe