Advertisment

୩ହଜାର ଟଙ୍କା ପାଇଁ ପ୍ରଧାନମନ୍ତ୍ରୀ ଆବାସରେ ଲାଗିଲା ବିଜୁ ପକ୍କା ଘର ପୋଷ୍ଟର!

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ଘର ତିଆରି ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ। କିନ୍ତୁ ଘର ଆଗରେ ଜୋର ଜଦରଦସ୍ତି ଲଗାଗଲା ବିଜୁ ପକ୍କା ଘରର ୩ ହଜାର ଟଙ୍କା ସହାୟତା ପୋଷ୍ଟର। ଯାହାକୁ ନେଇ ପଞ୍ଚାୟତ ଅଧିକାରୀ ଓ ଘର ମାଲିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବଡ଼ସାହାଜବାଲ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କଥା କଟାକଟି। ବର୍ତ୍ତମାନ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ଘର […]

୩ହଜାର ଟଙ୍କା ପାଇଁ ପ୍ରଧାନମନ୍ତ୍ରୀ ଆବାସରେ ଲାଗିଲା ବିଜୁ ପକ୍କା ଘର ପୋଷ୍ଟର!

padampur

Advertisment

ପଦ୍ମପୁର (ସୋମେଶ ଚନ୍ଦ୍ର ମହାନ୍ତି): ଘର ତିଆରି ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ। କିନ୍ତୁ ଘର ଆଗରେ ଜୋର ଜଦରଦସ୍ତି ଲଗାଗଲା ବିଜୁ ପକ୍କା ଘରର ୩ ହଜାର ଟଙ୍କା ସହାୟତା ପୋଷ୍ଟର। ଯାହାକୁ ନେଇ ପଞ୍ଚାୟତ ଅଧିକାରୀ ଓ ଘର ମାଲିକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବଡ଼ସାହାଜବାଲ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କଥା କଟାକଟି।

Advertisment

ବର୍ତ୍ତମାନ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀ ମାନଙ୍କୁ ଘର ମରାମତି ବାବଦକୁ ରାଜ୍ୟ ସରକାରଙ୍କ ଅନୁଦାନ ଆକାରରେ ୩ହଜାର ଟଙ୍କା ଲେଖାଏ ଦିଆଯାଉଛି। ଆଉ ଏହି ଟଙ୍କା ପାଇଥିବା ହିତାଧିକାରୀଙ୍କ ଘର ଆଗରେ ବିଜୁ ପକ୍କାଘର ସହାୟତା ପୋଷ୍ଟର ଲଗା ଯାଉଛି। କିନ୍ତୁ ଏହି ପୋଷ୍ଟର ବଡ଼ ସାହାଜବାହଲ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ଏକ ଘରେ ଲଗାଯିବାକୁ ନେଇ ଖୁବ୍ ବଚସା ହୋଇଛି।

ବଡ଼ସାହାଜବାହଲ ଗ୍ରାମର ଶିବ ସାହୁ ୨୦୧୯-୨୦ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଘର ପାଇଥିଲେ। ହେଲେ ଦୁଇ ଜଣ ପଞ୍ଚାୟତ କର୍ମଚାରୀ ଜୋର ଜବରଦସ୍ତି ତାଙ୍କ ଘର ଆଗରେ ବିଜୁ ପକ୍କା ଘର ପୋଷ୍ଟର ଲଗାଇଥିଲେ। ତେବେ ଘର ମାଲିକଙ୍କ ପୁଅ ଏହାକୁ ନେଇ ଆପତ୍ତି ପ୍ରକାଶ କରିବା ସହ ସହାୟତା ରାଶି ମିଳିନତିବା ବେଳେ କାହିଁକି ପୋଷ୍ଟର ଲଗାଉଛ ଘର ମାଲିକଙ୍କ ପୁଅ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ପଞ୍ଚାୟତ କର୍ମଚାରୀ ଓ ଘର ମାଲିକଙ୍କ ପୁଅ ମଧ୍ୟରେ ଖୁବ୍ ଯୁକ୍ତିତର୍କ ହୋଇଥିଲା।

Advertisment

ଘର ଆଗରେ ପଞ୍ଚାୟତ କର୍ମଚାରୀଙ୍କ ବିଜୁ ପକ୍କା ଘର ପୋଷ୍ଟର ମାରିବାର ଭିଡିଓ ଭାଇରାଲ ହୋଇଛି। ତେବେ ଏ ନେଇ ଗାଇସିଲେଟ୍ ବିଡିଓକୁ ପଚରାଯାଇଥିଲା। ଜବାବରେ ବିଡିଓ ଏ ବିଷୟରେ କିଛି ଜାଣିନଥିବା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe