Advertisment

୪ ଦିନ ତଳେ ନିଖୋଜ ଥିଲେ ଯୁବତୀ, କୂଳରୁ ମିଳିଲା ଉଲ୍ଲଗ୍ନ ମୃତଦେହ

ଚନ୍ଦ୍ରଶେଖର ବୟାନ୍‌ ଆଧାରରେ ପୁଲିସ୍‌ ଆଜି ସାଇଣ୍ଟିଫିକ ଟିମ୍‌, ସନ୍ଧାନୀ କୁକୁର ଓ ଅଗ୍ନିଶମ ବିଭାଗ ସହାୟତାରେ କୂଅ ପାଖରେ ପହଞ୍ଚିଥିଲା। ପରେ କୂଅ ଭିତରରୁ ମୃତଦେହ ଉଦ୍ଧାର କରିଥିଲା। ତେବେ ମୃତଦେହ ସଂପୂର୍ଣ୍ଣ ଉଲ୍ଲଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା।

author-image
Manoranjan Sial
Girl

Girl

ବାହାଘର ପାଇଁ ପ୍ରସ୍ତାବ ଚାଲିଥିବା ବେଳେ ୪ ଦିନ ତଳେ ନିଖୋଜ ହୋଇଯାଇଥିଲେ ଜଣେ ଯୁବତୀ। ଆଜି କୂଅ ଭିତରୁ ମିଳିଲା ତାଙ୍କ ଉଲ୍ଲଗ୍ନ ମୃତଦେହ। ତଣ୍ଟି ଚିପି ହତ୍ୟା କରିବା ପରେ ତାଙ୍କୁ କୂଅକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲା ବିଜେପୁର ଥାନା ଅଞ୍ଚଳରେ ଘଟିଛି।

Advertisment

ଗତ ୧୫ ତାରିଖରେ ସାଇପାଲି ଗାଁର କ୍ଷୀରୋଦ୍ର ଛତ୍ରିଆଙ୍କ ଝିଅ ପଦ୍ମିନୀ(୨୫) ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଏନେଇ ୧୬ ତାରିଖରେ ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ସେହି ଗାଁର ଚନ୍ଦ୍ରଶେଖର ସେଠଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରିଥିଲା। ଘନ ଘନ ଜେରା ବେଳେ ଚନ୍ଦ୍ରଶେଖର ନିଜ ଦୋଷ ସ୍ୱୀକାର କରିଥିଲା। ସେ ପଦ୍ମିନୀଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହ ଖୁଣ୍ଟପାଲି ଗାଁର ଏକ କୂଅରେ ପିଙ୍ଗି ଦେଇଥିବା ପୁଲିସ କହିଥିଲା।

ଚନ୍ଦ୍ରଶେଖର ବୟାନ୍‌ ଆଧାରରେ ପୁଲିସ୍‌ ଆଜି ସାଇଣ୍ଟିଫିକ ଟିମ୍‌, ସନ୍ଧାନୀ କୁକୁର ଓ ଅଗ୍ନିଶମ ବିଭାଗ ସହାୟତାରେ କୂଅ ପାଖରେ ପହଞ୍ଚିଥିଲା। ପରେ କୂଅ ଭିତରରୁ ମୃତଦେହ ଉଦ୍ଧାର କରିଥିଲା। ତେବେ ମୃତଦେହ ସଂପୂର୍ଣ୍ଣ ଉଲ୍ଲଗ୍ନ ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା। ମୃତା ଯୁବତୀ ପଦ୍ମନୀର ଅନ୍ୟତ୍ର ବିବାହ ପ୍ରସ୍ତାବ ଚାଲିଥିବା ବେଳେ ପ୍ରେମିକ ଚନ୍ଦ୍ରଶେଖର ତାକୁ ଡାକି ହତ୍ୟା କରିଥିବା ପୁଲିସ କହିଛି। ଏ ନେଇ ବିଜେପୁର ପୁଲିସ୍‌ ନମ୍ବର ୫୯ରେ ଏକ ମାମଲା ରୁଜୁକରି ଚନ୍ଦ୍ରଶେଖର ସେଠକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ରିପୋର୍ଟ-ବରଗଡ଼ରୁ ଦୀପକ ଶର୍ମା

Crime Crime Story BARAGADA Odisha Crime