ଆଜି ପଦ୍ମପୁର ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଦ୍ମପୁର ଉପ ନିର୍ବାଚନ ପରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପଦ୍ମପୁର ଗସ୍ତ। ତେବେ ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ନେଇ ଲୋକମାନେ ଆଶାବାନ୍ଧି ବସିଛନ୍ତି।
ମିଳିଥିବା ସୂଚନା ମୁତାବକ ମୁଖ୍ୟମନ୍ତ୍ରୀ ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ହେବାକୁ ଥିବା ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଉପ ନିର୍ବାଚନ ସମୟରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବା ନେଇ ଯେଉଁ ଦାବି ଉଠିଥିଲା ସେ ନେଇ ମୁଖ୍ୟମନ୍ତ୍ରୀ କ’ଣ କହୁଛନ୍ତି ତାରି ଉପରେ ରହିଛି ସମସ୍ତଙ୍କର ନଜର।
ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆବାହକ ଅଜିତ କୁମାର ଶତପଥୀ କହିଛନ୍ତି, ଉପନିର୍ବାଚନ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ବିଜେଡି ତରଫରୁ ମଧ୍ୟ ବହୁ ପ୍ରତିଶ୍ରୁତି ଦିଆଯାଇଥିଲା। ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ସେତେବେଳେ ରାଜ୍ୟ ସଭାପତି ଭାବେ କଥା ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏପରିକି ସେ ପଦ୍ମପୁର ନିର୍ବାଚନୀ ସଭାରେ ମଧ୍ୟ କହିଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ କଥାକୁ ବିଶ୍ୱାସ କରି ସ୍ଥାନୀୟ ଲୋକ ତାଙ୍କ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ଦେଇଥିବା ଦାବି ପୂରଣ କରିବେ ବୋଲି ଲୋକଙ୍କ ମଧ୍ୟରେ ଆଶା ରରିଛୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।