Advertisment

ନିଜକୁ ଗୁଳି କରି ଦେଲେ CRPF ଯବାନ

ସେ ଜଗଦଲପୁରରେ ଥିବା ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିଲେ।

author-image
Jitendra Garnayak
undefined

Gun

ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରୁ ଗୁଳି କରି ଜଣେ ସିଆରପିଏଫ୍ ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳରେ।

Advertisment

ମୃତ ସିଆରପିଏଫ୍ ଯବାନଙ୍କ ନାଁ ପ୍ରସନ୍ନଜିତ ପାଳ। ତାଙ୍କ ଘର ପଶ୍ଚିମବଙ୍ଗରେ। ସେ ଜଗଦଲପୁରରେ ଥିବା ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିଲେ। ଗତକାଲି ରାତି ୧୦ଟାରୁ ତାଙ୍କ ଡ୍ୟୁଟି ସୁରକ୍ଷା ଟାୱାର ଉପରେ ରହିଥିଲା। ଏହି ସମୟରେ ସେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଥିଲେ ବୋଲି ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଆଣିଥିବା ତାଙ୍କ ସହଯୋଗୀମାନେ କହିଛନ୍ତି। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନାହିଁ।

Suicide Bargarh CRPF