Advertisment

‘ସରକାର ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଛନ୍ତି’

ବରଗଡ଼ (ଦୀପକ ଶର୍ମା): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ସେ ମମିତା ମାମଲାରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ଗୃହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବରଗଡ଼ ଗସ୍ତବେଳେ ଡି. ପୁରେନ୍ଦେଶ୍ୱରୀ କହିଛନ୍ତି, ପରୀ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ମମିତା ଘଟଣା ସାମ୍ନା କରିବାକୁ ପଡ଼ୁଛି। ମମିତାଙ୍କୁ ଯେଉଁଭଳି ନିର୍ମମ ଭାବେ ହତ୍ୟା […]

ଅଦ୍ୟତନ ହୋଇଛି
‘ସରକାର ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଛନ୍ତି’

d.-purendeswari

Advertisment

ବରଗଡ଼ (ଦୀପକ ଶର୍ମା): ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ। ସେ ମମିତା ମାମଲାରେ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିବା ସହ ଗୃହ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ବରଗଡ଼ ଗସ୍ତବେଳେ ଡି. ପୁରେନ୍ଦେଶ୍ୱରୀ କହିଛନ୍ତି, ପରୀ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ମମିତା ଘଟଣା ସାମ୍ନା କରିବାକୁ ପଡ଼ୁଛି। ମମିତାଙ୍କୁ ଯେଉଁଭଳି ନିର୍ମମ ଭାବେ ହତ୍ୟା କରାଗଲା, ତାକୁ କୌଣସି ମହିଳା ସହ୍ୟ କରିପାରିବେ ନାହିଁ। କେବଳ ମହିଳା ନୁହଁନ୍ତି, ମାନବଜାତି ମଧ୍ୟ ଏଭଳି ଘଟଣାକୁ ନିନ୍ଦା କରୁଛି। ତେବେ ସବୁଠାରୁ ଦୁଃଖର କଥା ହେଉଛି, ଗୋଟିଏ ପଟେ ମମିତାଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି ଏବଂ ଅନ୍ୟ ପଟେ ପ୍ରଶାସନର କାର୍ଯ୍ୟକ୍ରମରେ ଦିବ୍ୟଶଙ୍କରଙ୍କୁ ପାଖରେ ବସାଇ ବୈଠକ କରୁଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ମୁଁ ଏଠାକାର ପ୍ରଶାସନକୁ ପଚାରିବାକୁ ଚାହୁଁଛି ଯେ ଆପଣ କ’ଣ ଭ୍ରଷ୍ଟାଚାରୀ, ହତ୍ୟାକାରୀ ନେତାଙ୍କୁ ସୁରକ୍ଷା ଦେଉଛନ୍ତି କି?

ପୁରନ୍ଦେଶ୍ୱରୀ ଆହୁରି କହିଛନ୍ତି, ଆମ ଦଳ ହତ୍ୟାକାରୀ ନେତାଙ୍କ ବହିଷ୍କାର ଦାବି କରିଆସୁଛି। କିନ୍ତୁ ରାଜ୍ୟ ସରକାର କିଛି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏଥିରୁ ଗୋଟିଏ କଥା ଜଣାପଡ଼ୁଛି ଯେ ଓଡ଼ିଶାରେ ନାରୀମାନଙ୍କୁ ରାଜ୍ୟ ସରକାର କେତେ ସୁରକ୍ଷା ଦେଉଛନ୍ତି। ମହିଳାଙ୍କ ଉନ୍ନତି ଓ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ବିଭାଗ ରହିଥିଲେ ହେଁ, ନାରୀ ଅତ୍ୟାଚାରରେ ଓଡ଼ିଶା ପ୍ରଥମରେ ରହିଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ତେଣୁ ମନ୍ତ୍ରୀ ଦିବ୍ୟଶଙ୍କରକୁ ତୁରନ୍ତ ବହିଷ୍କାର କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପୁରନ୍ଦେଶ୍ୱରୀ ଦାବି କରିଛନ୍ତି।

Advertisment

ସେହିପରି ପୁରନ୍ଦେଶ୍ୱରୀ ଅନ୍ୟ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ପୁରନ୍ଦେଶ୍ୱରୀ ରାଜ୍ୟରେ ତୈଳ ଦର କମାଇବା ଏବଂ କାଳିଆ ଯୋଜନାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି। ବରଗଡ଼ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରନ୍ଦେଶ୍ୱରୀଙ୍କ ସହ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ନାଉରୀ ନାଏକ, ବରିଷ୍ଠ ନେତା ରବି ନାୟକ, ବରଗଡ଼ ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe