Advertisment

ଦୋକାନରେ ଠିଆ ହୋଇଥିଲେ, ହେଲା ବଜ୍ରପାତ

ବଜ୍ରପାତରେ କାଦୋବହାଲର ଗାଁରେ ଏକ ପାନ ଦୋକାନରେ ଠିଆ ହୋଇଥିବା ଅତାବିରା ଥାନା ନାଗପlଲି ଗାଁର ଜିତ ଥପାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

Lightning

Lightning

Advertisment

ସନ୍ଧ୍ୟା ବେଳେ ଦୋକାନରେ ଠିଆ ହୋଇଥିଲେ। ଠିକ୍‌ ସେହି ସମୟରେ ହେଲା ବଜ୍ରପାତ। ଆଉ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏମିତି ହୃଦୟବିଦାରକ ଘଟଣା ବରଗଡ଼ ଜିଲ୍ଲାରେ ଘଟିଛି।

Advertisment

ଆଜି ସନ୍ଧ୍ୟା ବେଳେ ବରଗଡ଼ ଜିଲ୍ଲା ଅତାବିରା ଥାନା ଅଞ୍ଚଳରେ କାଳବୈଶାଖୀ ବର୍ଷା ହୋଇଥିଲା। ଏଥିସହ ବଜ୍ରପାତ ମଧ୍ୟ ହୋଇଥିଲା। ବଜ୍ରପାତରେ କାଦୋବହାଲର ଗାଁରେ ଏକ ପାନ ଦୋକାନରେ ଠିଆ ହୋଇଥିବା ଅତାବିରା ଥାନା ନାଗପlଲି ଗାଁର ଜିତ ଥପାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତମାନେ ହେଉଛନ୍ତି କାଦୋବହାଲର ସନ୍ତୋଷ ମହାରଣା, ଲିଙ୍ଗ ଚାଲାଣ ଓ ଝିଲିମିଣ୍ଡା ଗାଁର ଗୋବିନ୍ଦ ପ୍ରଧାନ ଏବଂ ଗଙ୍ଗାଧର ଭୁଏ। ସମସ୍ତଙ୍କୁ ପ୍ରଥମେ କାଦୋବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ବଡ଼ ଡ଼ାକ୍ତଖାନାକୁ ସ୍ଥାନାନ୍ତରିତ କରାଯାଇଛି। ସେମାନଙ୍କ ସ୍ୱସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ଥିବା ଜଣାପଡ଼ିଛି।

Advertisment

ସୂଚନାରୁ ପ୍ରକାଶ, ସପ୍ତାହେ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଥିଲା। ଲୋକେ ଘରୁ ବାହାରି ପାରୁନଥିଲେ। ବର୍ଷା ପାଇଁ ତ୍ରାହୀତ୍ରାହୀ ଡାକୁଥିଲେ। ଆଉ ଆଜି ବର୍ଷା ହେଲା। ବର୍ଷା ସହିତ ବଜ୍ରପାତ ମଧ୍ୟ ହେଲା, ଯେଉଁଥିପାଇଁ ଜଣଙ୍କ ଜୀବନ ଯାଇଛି।

ରିପୋର୍ଟ-ବରଗଡ଼ରୁ ଦୀପକ ଶର୍ମା

Lightening Death Bargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe