Advertisment

ଦେବ୍ରିଗଡ଼ ହେବ ବ୍ୟାଘ୍ର ଅଭୟାରଣ୍ୟ, ସବୁଜ ସଙ୍କେତ ଦେଲା NTCA

ଡେବ୍ରିଗଡ ଅଭୟାରଣ୍ୟର ପ୍ରତି ଏକ ବର୍ଗ କିଲୋମିଟର ଅଞ୍ଚଳରେ ୩୮ରୁ ୪୦ ବନ୍ୟପ୍ରାଣୀ ରହିଛନ୍ତି। ବାଘର ଅତି ପ୍ରିୟ ଶିକାର ସମ୍ବର ଏଠାରେ ବହୁ ସଂଖ୍ୟାରେ ଅଛନ୍ତି।

author-image
Manoranjan Sial
ଅଦ୍ୟତନ ହୋଇଛି
Debrigarh Wildlife Sanctuary

Debrigarh Wildlife Sanctuary

ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର। ଶିମିଳିପାଳବ ଓ ସାତକୋଶିଆ ପରେ ଓଡ଼ିଶାରେ ହେବାକୁ ଯାଉଛି ଆଉ ଏକ ବ୍ୟାଘ୍ର ଅଭୟାରଣ୍ୟ। ବରଗଡ଼ ଓ ସମ୍ବଲପୁର ଜିଲ୍ଲାକୁ ବ୍ୟାପିଥିବା ଡେବ୍ରିଗଡ ଅଭୟାରଣ୍ୟ ସହ ସରାଇଦାମାକ ଏବଂ ଦେଚୁଆଁ ସଂରକ୍ଷିତ ଜଙ୍ଗଲକୁ ମିଶାଇ ୮୦୪ ବର୍ଗ କିଲୋମିଟର ବିଶିଷ୍ଟ ସଂରକ୍ଷିତ ଜଙ୍ଗଲ ସୃ‌ଷ୍ଟି କରାଯିବ। ଏଥିପାଇଁ ୨୦୧୮ ମସିହାରୁ ଓଡ଼ିଶା ସରକାର କେନ୍ଦ୍ର ନିକଟରେ ଦାଖଲ କରିଥିବା ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ମଞ୍ଜୁର କରିଛନ୍ତି।

Advertisment

ଡେବ୍ରିଗଡ଼ ଅଭୟାରଣ୍ୟରେ ବିଭିନ୍ନ ପ୍ରକାର ବନ୍ୟପ୍ରାଣୀଙ୍କ ସହ ବହୁସଂଖ୍ୟାରେ କଲରାପତରିଆ ଓ ଗୋଟିଏ ମହାବଳ ବାଘ ଥିଲା। ତେବେ ୨୦୧୭ ମସିହାରେ ମହାବଳ ବାଘକୁ ଶିକାରୀମାନେ ହତ୍ୟା କରିଦେଇଥିଲେ। ଏହା ପରଠାରୁ ଡେବ୍ରିଗଡ଼ ମହାବଳ ଶୂନ୍ୟ ହୋଇଯାଇଥିଲା। ତେବେ ୨୦୨୨ ମସିହାରେ ‌ପୁଣି ଏକ ଯୁବ ଅଣ୍ଡିରା ମହାବଳ ବାଘ ଆସି ଏହି ଅଭୟାରଣ୍ୟରେ ଆସ୍ଥାନ ଜମାଇଥିବା ଦେଖିବାକୁ ମିଳିଥିଲା। ଏହା ପରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଏହି ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ଭାବେ ମଞ୍ଜୁରି ଦେଇଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ସରକାରଙ୍କ ଏପରି ଉଦ୍ୟମକୁ ଅଭୟାରଣ୍ୟ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର କର୍ମକର୍ତ୍ତାମାନେ ସ୍ୱାଗତ କରିଛନ୍ତି।

ବ୍ୟାଘ୍ର ପ୍ରକଳ୍ପ ଘୋଷଣା ହେବା ପରେ ଅଧିକ ସଂଖ୍ୟାରେ ବାଘ ଆଣି ଏହାକୁ ଏକ ସଂପୂର୍ଣ୍ଣ ବ୍ୟାଘ୍ର ଅଭୟାରଣ୍ୟରେ ପରିଣତ କରାଯିବ। ସାତକୋଶିଆରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ବିଫଳ ହେବା ପରେ ଡେବ୍ରିଗଡ଼ ପରିବେଶପ୍ରେମୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି। ଡେବ୍ରିଗଡ ଅଭୟାରଣ୍ୟର ପ୍ରତି ଏକ ବର୍ଗ କିଲୋମିଟର ଅଞ୍ଚଳରେ ୩୮ରୁ ୪୦ ବନ୍ୟପ୍ରାଣୀ ରହିଛନ୍ତି। ବାଘର ଅତି ପ୍ରିୟ ଶିକାର ସମ୍ବର ଏଠାରେ ବହୁ ସଂଖ୍ୟାରେ ଅଛନ୍ତି। ଏହାଛଡ଼ା ଚିତ୍ରା ହରିଣ, ଜଙ୍ଗଲି ବାର୍‌ହା, ଜଙ୍ଗଲି ମଇଁଷି ଏଠାରେ ବହୁସଂଖ୍ୟାରେ ଦେଖାଯାଆନ୍ତି। ତେବେ ଡେବ୍ରିଗଡ଼ ଅଭୟାରଣ୍ୟକୁ ସରକାର ବ୍ରାଘ୍ୟ ପ୍ରକଳ୍ପର ମାନ୍ୟତା ଦେଇଥିବାରୁ ଆଖ ପାଖ ଗ୍ରାମର ଲୋକେ ଅଭୟାରଣ୍ୟରେ ବାଡା ଓ ଲୋକଙ୍କ ସୁରକ୍ଷା ପ୍ରତି ପ୍ରାଥମିକତା ଦେବାକୁ ଦାବି କରିଛନ୍ତି।

Advertisment

ରିପୋର୍ଟ-ବରଗଡ଼ରୁ ଦୀପକ ଶର୍ମା

Baragarh Debrigarh Wildlife Sanctuary