Advertisment

ଋଣ ଆଣି ଚାଷ କରିଥିଲେ ତରଭୁଜ, ବିକ୍ରି ନ ହେବାରୁ ଟ୍ରାକ୍ଟର ଚଢ଼ାଇ ଦେଲେ

ଚାଷୀ କ୍ଷୀରୋଦ ସୁନା ୯୫ ହଜାର ଟଙ୍କା ଋଣ ଆଣି ୩ ଏକର ଜମିରେ ତରଭୁଜ ଚାଷ କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
WATERMELON Destroy‌

WATERMELON Destroy‌

ନିଜର ୩ ଏକର ତରଭୁଜ ଜମିରେ ଟ୍ରାକ୍ଟର ଚଢ଼ାଇ ଫସଲ ନଷ୍ଟ କରିଦେଲେ ଚାଷୀ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କୁଦୋପାଲି ଗାଁରେ। ଅଭାବୀ ବିକ୍ରି ତଥା ଚାଷର ଉପଯୁକ୍ତ ମୂଲ୍ୟ ନ ମିଳିବାରୁ ଜଣେ ଚାଷୀ ଏଭଳି ପଦକ୍ଷେପ ନେଇଛନ୍ତି।

Advertisment

ସୂଚନା ଅନୁସାରେ, ଚାଷୀ କ୍ଷିରୋଦ ସୁନା ୯୫ ହଜାର ଟଙ୍କା ଋଣ ଆଣି ୩ ଏକର ଜମିରେ ତରଭୁଜ ଚାଷ କରିଥିଲେ। କ୍ଷେତରେ ଭଲ ତରଭୁଜ ମଧ୍ୟ ଫଳିଥିଲା। ଯାହାକୁ ଦେଖି କ୍ଷୀରୋଦ ଖୁସି ହୋଇ ଯାଇଥିଲେ। ହେଲେ ଅଦିନିଆ ବର୍ଷା ଓ କୂଆପଥର ମାଡ଼ ତାଙ୍କର ସବୁ ସ୍ୱପ୍ନକୁ ଧୂଳିସାତ କରି ଦେଇଥିଲା। କୂଆପଥର ମାଡ଼ ଯୋଗୁ ତରଭୁଜ ଗୁଡ଼ିକ ପଚିଯିବା ସହ ନଷ୍ଟ ହୋଇଯାଇଥିଲା। ଆଉ ଯେଉଁ ବଳକା ଥିଲା ତାହା ମଧ୍ୟ ଉପଯୁକ୍ତ ମୂଲ୍ୟରେ ବିକ୍ରି ହୋଇ ନଥିଲା। କ’ଣ କରିବେ, କ’ଣ ନାହିଁ ଏହା ଭାବି ଶେଷରେ ସୁନାର ଫସଲକୁ ଟ୍ରାକ୍ଟର ଚଢ଼ାଇ ନଷ୍ଟ କରି ଦେଇଥିଲେ କ୍ଷୀରୋଦ।

ଚାଷୀ କ୍ଷିରୋଦ ସୁନା କହିଛନ୍ତି, ଋଣ କରି ଚାଷ କରିଥିଲି। ଭଲ ଫସଲ ମଧ୍ୟ ହୋଇଥିଲା। ହେଲେ ଅଦିନିଆ ବର୍ଷା ଓ କୁଆପଥର ମାଡ଼ ଯୋଗୁ କିଛି ତରଭୁଜ ପଚି ଯିବା ସହ ନଷ୍ଟ ହୋଇଗଲା। ଶେଷରେ ସେହି ଜମିରେ ଆଉ କିଛି ନୂଆ ଚାଷ କରିବା ପାଇଁ ଟ୍ରାକ୍ଟର ଚଢ଼ାଇ ତରଭୁଜ ଗଛ ଗୁଡ଼ିକ ନଷ୍ଟ କରିଦେଲି।

Advertisment
Baragarh Watermelon