ସଂସାର ଉଜାଡ଼ି ଦେଲା ଜମିବାଡ଼ି ବିବାଦ: ଆଖି ବୁଜିଲେ ବାପପୁଅ

ବରଗଡ଼(ଦୀପକ ଶର୍ମା): ଜମିବାଡ଼ି ବିବାଦ ନେଲା ସାଂଘାତିକ ରୂପ । ଉଜୁଡ଼ିଗଲା ସଂସାର ।  ବାପ-ପୁଅଙ୍କୁ କଟୁରୀରେ ହାଣି ହତ୍ୟା କଲେ ସମ୍ପର୍କୀୟ । ମୃତ୍ୟୁ ସହ ସଂଗ୍ରାମ କରୁଛି ବୋହୂ।  ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନି ଗାଁରେ ଗତକାଲି ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ମୃତକଦ୍ୱୟ ହେଲେ ଦେବ ସିନ୍ଧିରିଆ ଓ ତାଙ୍କ ପୁଅ ରତନ ସିନ୍ଧିରିଆ । ଗୁରୁତର ଅବସ୍ଥାରେ ବୋହୂ  ସୁକାନ୍ତି ସିନ୍ଧିରିଆଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।  ଏହି […]

Knife-attack

Niharika Rout
  • Published: Friday, 22 April 2022
  • , Updated: 22 April 2022, 12:33 PM IST

ବରଗଡ଼(ଦୀପକ ଶର୍ମା): ଜମିବାଡ଼ି ବିବାଦ ନେଲା ସାଂଘାତିକ ରୂପ । ଉଜୁଡ଼ିଗଲା ସଂସାର ।  ବାପ-ପୁଅଙ୍କୁ କଟୁରୀରେ ହାଣି ହତ୍ୟା କଲେ ସମ୍ପର୍କୀୟ । ମୃତ୍ୟୁ ସହ ସଂଗ୍ରାମ କରୁଛି ବୋହୂ।  ବରଗଡ଼ ଟାଉନ ଥାନା ଅନ୍ତର୍ଗତ ରୁହୁନି ଗାଁରେ ଗତକାଲି ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ ।

ମୃତକଦ୍ୱୟ ହେଲେ ଦେବ ସିନ୍ଧିରିଆ ଓ ତାଙ୍କ ପୁଅ ରତନ ସିନ୍ଧିରିଆ । ଗୁରୁତର ଅବସ୍ଥାରେ ବୋହୂ  ସୁକାନ୍ତି ସିନ୍ଧିରିଆଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି।  ଏହି କାଣ୍ଡ ଭିଆଇଥିବା ଅମିଲ ସିନ୍ଧିରିଆ  ଓ କମିଲ ସିନ୍ଧିରିଆଙ୍କ ମଧ୍ୟରୁ ପୁଲିସ୍‌ ଅମିଲଙ୍କୁ କାବୁ କରିଥିବା ବେଳେ ଫେରାର ହେବାରେ ସକ୍ଷମ ହୋଇଛନ୍ତି କମିଲ ।

[caption id="attachment_729201" align="aligncenter" width="650"] ମୃତକଙ୍କ ଘରେ କାନ୍ଦ ବୋବାଳି ।[/caption]

ଦୀର୍ଘ ଦିନ ହେଲା ଉଭୟ ପକ୍ଷ ମଧ୍ୟରେ ଜମିବାଡ଼ି ବିବାଦ ଲାଗି ରହିଥିଲା। ଗତକାଲି ଏହା ଉଗ୍ର ରୂପ ଧାରଣ କରିବାରୁ  ଅମିଲ ସିନ୍ଧିରିଆ  ଓ କମିଲ ସିନ୍ଧିରିଆ  ଦେବଙ୍କ ସମେତ ତାଙ୍କ ପୁଅ, ବୋହୂଙ୍କୁ ମାରଣାସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲ । ଘଟଣାସ୍ଥଳରେ ଦେବଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଁ ଦାଣ୍ଡରେ ପଡ଼ିଛି ତାଙ୍କ ମୃତଦେହ।

ତାଙ୍କ ପୁଅ ବୋହୂଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମେଡିକାଲ ଓ ପରେ ବୁର୍ଲା ବଡ଼ ସ୍ଥାନାନ୍ତର କରାଯାଇଥିଲା ।  ସେଠାରେ ରତନଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ତାଙ୍କ ପତ୍ନୀ ସୁକାନ୍ତି ।  ପୁଲିସ୍‌  ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି।

Related story