Advertisment

ଆମେ ସତ୍ୟରେ ଅଛୁ, ବିଶ୍ୱାସ ଅଛି ସବୁ ଠିକ୍‌ ହୋଇଯିବ: ହ୍ୟୁମାନ ସାଗର

ଗତକାଲି କଟକ ମହିଳା ଥାନାରେ ହାଜର ହୋଇଥିଲେ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର।

author-image
Tapaswini Nayak
ଅଦ୍ୟତନ ହୋଇଛି
Humane Sagar

Humane Sagar

‘ଆମେ ଠିକ୍‌ରେ ଅଛୁ ଏବଂ ସତ୍ୟରେ ଅଛୁ। ବିଶ୍ୱାସ ଅଛି ସବୁ ଠିକ୍ ହୋଇଯିବ। ଆମ ପରିବାରର ସମସ୍ତେ ଶ୍ରୀୟା ଓ ତାଙ୍କ ପରିବାରକୁ ଭଲ ପାଉ।’ ଗଣମାଧ୍ୟମ ଆଗରେ ଆଜି ଏପରି ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ୍ ସିଙ୍ଗର ହ୍ୟୁମାନ ସାଗର ।

Advertisment

ସେ କହିଛନ୍ତି, ଆମ ପରିବାରର ସମସ୍ତେ ଶ୍ରୀୟା ମିଶ୍ର ଓ ତାଙ୍କ ପରିବାରକୁ ଭଲ ପାଉ। ମୋ ନାଁରେ ଆସିଥିବା ଅଭିଯୋଗ ଶୁଣି ମୁଁ ମାନସିକ ଧକ୍କା ପାଇଛି। ଆମେ ସବୁ ଧର୍ମକୁ ସମ୍ମାନ କରୁ ଏବଂ କାହାକୁ ଆମ ଧର୍ମକୁ ଆସିବାକୁ ଚାପ ଦେଇନୁ। ଆମେ ଆପୋସ ସମାଧାନ ଚାହୁଁଛୁ। ସେମାନେ ଦୁଇ ଦିନ ସମୟ ନେଇଛନ୍ତି। ମୋ ନାଁରେ ଆସିଥିବା ଅଭିଯୋଗ ଶୁଣି ମୁଁ ଚକିତ। ମିଛ ଅଭିଯୋଗ ଲଗାଇଲେ ଦୁଃଖ ଲାଗିବ ବୋଲି କହିଛନ୍ତି ହ୍ୟୁମାନ ସାଗର ।

ସେହିପରି ହ୍ୟୁମାନ ସାଗରଙ୍କ ମା’ କହିଛନ୍ତି, କୌଣସି ଧର୍ମକୁ ଆସିବାକୁ ନେଇ ବୋହୂକୁ କେବେ ଚାପ ପକାଇ ନାହିଁ। ବୋହୂ ଯାହା କଲେ ଗ୍ରହଣ କରୁ। ଆମ ଠାକୁର ଘରେ ଜଗନ୍ନାଥଙ୍କ ଫଟୋ ରହିଛି। ବୋହୂ ଜଗନ୍ନାଥଙ୍କୁ ପୂଜା କରେ, ତାର ବାପାମା’ ଆସିଲେ ସେମାନେ ମଧ୍ୟ ପୂଜା କରନ୍ତି। ଯାହା ଆରୋପ ଲଗାଯାଇଛି, ତାହା ମିଛ। ମୁଁ ଦୁଇ ଦିନ ପରେ ସବୁ କଥା କହିବି। 

Advertisment

ଅନ୍ୟପକ୍ଷରେ ଆଜି ହ୍ୟୁମାନ ସାଗର ଏବଂ ତାଙ୍କ ମାଆ ଦେଇଥିବା ମନ୍ତବ୍ୟ ଉପରେ ଶ୍ରୀୟା ମିଶ୍ର କିମ୍ବା ତାଙ୍କ ବାପଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି।

ଗତକାଲି କଟକ ମହିଳା ଥାନାରେ ହାଜର ହୋଇଥିଲେ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର। ଉଭୟ ପରସ୍ପରର ଗୋହି ଖୋଳିଥିଲେ। ଶ୍ରୀୟାଙ୍କୁ ନିର୍ଯାତନା ସହ ହ୍ୟୁମାନ ପରକୀୟା ସଂପର୍କରେ ଲିପ୍ତ ରହିଥିବା ତଥା ପତ୍ନୀଙ୍କୁ ଧର୍ମାନ୍ତରୀକରଣ ପାଇଁ ଚାପ ପକାଯାଉଥିବା ଅଭିଯୋଗ କରିଥିଲେ ହ୍ୟୁମାନଙ୍କ ଶ୍ୱଶୁର।