Advertisment

ବିଚ୍‌ ରାସ୍ତାରେ ସ୍ୱାମୀର ବର୍ବର କାଣ୍ଡ; ପତ୍ନୀ ବେକରେ ଭିଡ଼ିଦେଲା ଗାମୁଛା

ବିଚ୍‌ ରାସ୍ତାରେ ପତିପତ୍ନୀଙ୍କ ମଧ୍ୟରେ ହେଲା ଘମାଘୋଟ ଉଚ୍ଚବାଚ । ଶେଷରେ ହିତାହିତ ଜ୍ଞାନ ହରାଇ ବସିଥିବା ସ୍ୱାମୀ ନିଜ ସ୍ତ୍ରୀ ବେକରେ ଗାମୁଛା ପକାଇ ତା’ ଜୀବନ ନେଲା।

Accused

Accused

Advertisment

ଦାମ୍ପତ୍ୟ କଳହ ନେଲା ଉଗ୍ର ରୂପ । ବିଚ୍‌ ରାସ୍ତାରେ ଉଭୟ ପତିପତ୍ନୀଙ୍କ ମଧ୍ୟରେ ହେଲା ଘମାଘୋଟ ଉଚ୍ଚବାଚ । ଶେଷରେ ହିତାହିତ ଜ୍ଞାନ ହରାଇ ବସିଥିବା ସ୍ୱାମୀ ନିଜ ସ୍ତ୍ରୀ ବେକରେ ଗାମୁଛା ପକାଇ ତା’ ଜୀବନ ନେଲା। ଏପରି ଲୋମଟାଙ୍କୁରା ଘଟଣା ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଲୁପୁର ସିଂହାରେ ଆଜି ସକାଳେ ଘଟିଛି।

Advertisment

ଅଭିଯୁକ୍ତଜଣକ ହେଲେ ବରଗଡ ଟାଉନ ଥାନା ଅନ୍ତର୍ଗତ ବରାହଗୁଡାର ଗୁଡୁ ସିଂ । ନିଜ ଦ୍ୱିତୀୟ ପତ୍ନୀ ନୁରାଵତୀ ପେରାଙ୍କୁ ହତ୍ୟା ଅଭିଯୋଗରେ ଗାଁ ଲୋକେ ତାଙ୍କୁ କାବୁ କରି ପୁଲିସ୍‌ ଜିମା ଦେଇଛନ୍ତି।

ଗୁଡୁ ସିଂ ନୁରାଵତୀଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ଉଭୟଙ୍କ ମଧ୍ୟରେ କିନ୍ତୁ ସବୁବେଳେ ଝଗଡ଼ା ଲାଗି ରହୁଥିଲା। ଗତକାଲି ଉଭୟ ନୁରାବତିଙ୍କ ବାପ ଘର ଲୁପୁର ସିଂହାକୁ ବୁଲି ଯାଇଥିଲେ। ଆଜି ସକାଳୁ ସେମାନେ ସେଠାରୁ ଫେରୁଥିଲେ। ଉଭୟ ଚାଲି ଚାଲି ଯାଉଥିବା ବେଳେ ପୁଣି ଥରେ ସେମାନଙ୍କ ମଧ୍ୟରେରେ ଝଗଡ଼ା ଆରମ୍ଭ ହୋଇଥିଲା।

Advertisment

ଏଥିରେ ଗୁଡୁ କ୍ରୋଧିତ ହୋଇ ନିଜ ହିତାହିତ ଜ୍ଞାନ ହରାଇ ବସିଲେ। ଏହାପରେ ନିଜ ଗାମୁଛାରେ ନୁରାଙ୍କ ବେକକୁ ଭିଡ଼ି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ନୁରାଙ୍କ ମୃତ୍ୟୁ ହୋଇଥିଲା।

ଏହାପରେ ଘଟଣାସ୍ଥଳରୁ ଗୁଡୁ ପଲାଇଯିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରି ଗୋଟିଏ ଗଛରେ ବାନ୍ଧି ଦେଇ ଉତ୍ତମ ମାଧ୍ୟମ ଦେଇଥିଲେ । ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଅଭିଯୁକ୍ତ ଗୁଡୁକୁ ଥାନାକୁ ନେଇ ପଚରାଉଚରା କରୁଛି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe