Advertisment

ବସ୍‌କୁ ପଛରୁ ପିଟିଲା କଣ୍ଟେନର: ଜଣେ ମୃତ, ୭ ଆହତ

ବସ୍‌ରେ ୪୫ ଜଣ ଯାତ୍ରୀ ଥିଲେ। ସେମାନେ ମହାରାଷ୍ଟ୍ରରୁ ଚାରିଧାମ ଯାତ୍ରାରେ ଆସିଥିଲେ।

ଅଦ୍ୟତନ ହୋଇଛି
Accident

Accident

Advertisment

ବରଗଡ଼-ରାୟପୁର ୫୩ ନମ୍ବର ଜାତୀୟ ରାଜପଥର ସୋହେଲା କଲେଜ ପାଖରେ ଏକ ଟୁରିଷ୍ଟ ବସକୁ କଣ୍ଟେନରଟିଏ ପଛରୁ ଧକ୍କା ଦେବା ଯୋଗୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ମୃତ ବ୍ୟକ୍ତିଙ୍କ ନାଁ ଅଶୋକ ଚିନ୍ଦୁଆର୍ଦେ ବୋଲି ଜଣାପଡ଼ିଛି।

ବସ୍‌ରେ ୪୫ ଜଣ ଯାତ୍ରୀ ଥିଲେ। ସେମାନେ ମହାରାଷ୍ଟ୍ରରୁ ଚାରିଧାମ ଯାତ୍ରାରେ ଆସିଥିଲେ। ପୁରୀ ଜଗନ୍ନାଥ ଧାମ ଦର୍ଶନ ସାରି ସେମାନେ ମହାରାଷ୍ଟ୍ର ଅଭିମୁଖେ ଫେରୁଥିଲେ।

ସୋହେଲାରେ ଏକ ଢାବା ସମ୍ମୁଖରେ ଚା’ ପିଇବା ପାଇଁ ସେମାନେ ଅଟକି ଥିଲେ। କିଛି ଯାତ୍ରୀ ଚା’ ପିଉଥିବା ବେଳେ ଆଉ କିଛି ଯାତ୍ରୀ ବସ୍‌ରେ ବସିଥିଲେ। ଏହି ସମୟରେ ଏକ କଣ୍ଟେନର ଆସି ବସ୍‌ଟିକୁ ପଛ ପଟୁ ଧକ୍କା ଦେଇଥିଲା।

Advertisment

ବସ୍‌କୁ ଧକ୍କା ଦେବା ପରେ କଣ୍ଟେନର ଡ୍ରାଇଭର ଫେରାର ହୋଇଯାଇଥିଲେ। ସୋହେଲା ପୁଲିସ ଘଟଣାର ତଦନ୍ତ କରୁଛି।

Accident Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe