Advertisment

ଗୁଳି କରି ଚମ୍ପଟ ମାରିଥିଲା, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ସୁବ୍ରତ କାହିଁକି ପ୍ରକାଶଙ୍କୁ ଗୁଳିମାଡ଼ କଲେ ତାର କାରଣ ଜଣାପଡ଼ିନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Arrested

Arrested

ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ତାଳପଦର ଗାଁର ଜିତୁ ପ୍ରକାଶ ସାହୁଙ୍କୁ ଗୁଳି କରି ଫେରାର ମାରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ତା’ ନାଁ ସୁବ୍ରତ ମିଶ୍ର। ସୁବତ୍ର ନିକଟରୁ ଏକ ବନ୍ଧୁକ ଜବତ କରାଯାଇଛି।

Advertisment

ଗତକାଲି ସନ୍ଧ୍ୟା ସମୟରେ ପ୍ରକାଶ ଛକରେ ବସିଥିଲେ। ଠିକ୍‌ ଏହି crସମୟରେ ସୁବ୍ରତ ତାଙ୍କୁ ଅତର୍କିତ ଗୁଳି ମାଡ଼ କରି ଚମ୍ପଟ ମାରିଥିଲା। ପ୍ରକାଶଙ୍କ ପେଟରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଗତକାଲି ରାତିରେ ଅଭିଯୁକ୍ତ ସୁବ୍ରତକୁ ଗିରଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯିବ।

ସୁବ୍ରତ କାହିଁକି ପ୍ରକାଶଙ୍କୁ ଗୁଳିମାଡ଼ କଲେ ତାର କାରଣ ଜଣାପଡ଼ିନାହିଁ। ପୁଲିସ ସୁବ୍ରତକୁ ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

Advertisment
Odisha Police Bargarh Firing