/odisha-reporter/media/post_attachments/uploadimage/library/16_9/16_9_0/IMAGE_1679811288.jpg)
son killed mother
ଯେଉଁ ମା’ ଛୋଟରୁ ବଡ଼ କରିଥିଲା, ପୁଅ ଉପରକୁ ବିପଦ ଆସିଲେ ନିଜ ପଣତ କାନିରେ ଢାଙ୍କି ଦେଉଥିଲା, ସେହି ମା’କୁ କୌଣସି କଥା ପାଇଁ ତଣ୍ଟିଚିପି ହତ୍ୟା କରିବାକୁ ପଛାଇଲା ନାହିଁ ସଇତାନ ପୁଅ। ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ସଦର ଥାନା ପିପିଲିପାଲି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ପାନ ଭୁଏ। ପୁଅ କାର୍ତ୍ତିକ ଭୁଏଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
Advertisment
ପାନ ଭୁଏଙ୍କର ୪ଟି ପୁଅ ଥିବା ବେଳେ ୩ଟି ପୁଅ ବାହାରେ ରୁହନ୍ତି। ସାନ ପୁଅ କାର୍ତ୍ତିକ ମା’ ପାଖରେ ଗାଁରେ ରହୁଥିଲେ। ଗତକାଲି କାର୍ତ୍ତିକ କୌଣସି କାରଣ ପାଇଁ ମା’ର ତଣ୍ଟିଚିପି ହତ୍ୟା କରିଥିଲେ। ପଡ଼ୋଶୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ।
ପୁଲିସ କାର୍ତ୍ତିକଙ୍କୁ ଥାନା ଆଣି ପଚରା ଉଚରାକରୁଛି। ତେବେ କାର୍ତ୍ତିକ କ’ଣ ପାଇଁ ମା’କୁ ହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ଆଜି ସକାଳେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
