Advertisment

ମା’ର ତଣ୍ଟି ଚିପି ହତ୍ୟା କଲା ପୁଅ

ଯେଉଁ ପୁଅକୁ ମା’ ଛୋଟରୁ ବଡ଼ କରିଥିଲା, ସେହି ପୁଅ ମା’ର ତଣ୍ଟି ଚିପି ହତ୍ୟା କଲା।

ଅଦ୍ୟତନ ହୋଇଛି
son killed mother

son killed mother

Advertisment

ଯେଉଁ ମା’ ଛୋଟରୁ ବଡ଼ କରିଥିଲା, ପୁଅ ଉପରକୁ ବିପଦ ଆସିଲେ ନିଜ ପଣତ କାନିରେ ଢାଙ୍କି ଦେଉଥିଲା, ସେହି ମା’କୁ କୌଣସି କଥା ପାଇଁ ତଣ୍ଟିଚିପି ହତ୍ୟା କରିବାକୁ ପଛାଇଲା ନାହିଁ ସଇତାନ ପୁଅ। ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ସଦର ଥାନା ପିପିଲିପାଲି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ପାନ ଭୁଏ। ପୁଅ କାର୍ତ୍ତିକ ଭୁଏଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

ପାନ ଭୁଏଙ୍କର ୪ଟି ପୁଅ ଥିବା ବେଳେ ୩ଟି ପୁଅ ବାହାରେ ରୁହନ୍ତି। ସାନ ପୁଅ କାର୍ତ୍ତିକ ମା’ ପାଖରେ ଗାଁରେ ରହୁଥିଲେ।  ଗତକାଲି କାର୍ତ୍ତିକ କୌଣସି କାରଣ ପାଇଁ ମା’ର ତଣ୍ଟିଚିପି ହତ୍ୟା କରିଥିଲେ। ପଡ଼ୋଶୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ।

ପୁଲିସ କାର୍ତ୍ତିକଙ୍କୁ ଥାନା ଆଣି ପଚରା ଉଚରାକରୁଛି। ତେବେ କାର୍ତ୍ତିକ କ’ଣ ପାଇଁ ମା’କୁ ହତ୍ୟା କଲେ, ତାହା ଜଣାପଡ଼ି ନାହିଁ। ଆଜି ସକାଳେ ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣା ତଦନ୍ତ କରୁଛି।

Advertisment
Odisha Police Murder BARAGADA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe