Advertisment

ବାଟ ବରଣ ପରେ ବରକୁ ଉଠାଇ ନେଲା କମିଶନରେଟ ପୁଲିସ

ଧାରେ ବନ୍ଦ ହେଲା ବାହାଘର। ଗତକାଲି ବରଗଡ଼ ଜିଲ୍ଲାର ଭଟଲି ଥାନା ବେହେରା ପାଲି ଗାଆଁକୁ ବାହା ହେବାକୁ ଯାଇ ଏଭଳି ହିନସ୍ତା ହୋଇଛି ଏହି ବର।

ଅଦ୍ୟତନ ହୋଇଛି
The bride arrested

The bride arrested

Advertisment

ବାଟ ବରଣ ପରେ ବରକୁ ଉଠାଇ ନେଲା କମିଶନରରେଟ ମହିଳା ପୁଲିସ। ଅଧାରେ ବନ୍ଦ ହେଲା ବାହାଘର। ଗତକାଲି ବରଗଡ଼ ଜିଲ୍ଲାର ଭଟଲି ଥାନା ବେହେରା ପାଲି ଗାଆଁକୁ ବାହା ହେବାକୁ ଯାଇ ଏଭଳି ହିନସ୍ତା ହୋଇଛି ଏହି ବର। ବର ଜଣକ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ପାଣି ଗେଙ୍ଗୁଟିଆ ଗାଆଁରୁ ଆସିଥିଲେ। ତାଙ୍କ ନାଁ ଅଜିତ କୁମାର ଭୋଇ ଓ ସେ ଭୁବନେଶ୍ଵର ଓଏସଆର୍‌ଟିସିରେ ଜେଇ ଥିବା ଜଣାପଡ଼ିଛି। ଆଜି ଏହି ବରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Advertisment

ସୂଚନା ମୁତାବକ, ବରଯାତ୍ରୀମାନେ ଖୁବ୍ ନାଚକୁଦ କରି ଆସି କନିଆ ଦୁଆରେ ପହଞ୍ଚି ଥିଲେ। ବରକୁ ବାଟ ବରଣ କରାଯାଇଥିଲା। ବାଟ ବରଣ ସମୟରେ ବରକୁ କନ୍ୟା ଘର ପକ୍ଷରୁ ଗୋଟାଏ ଲେଖାଏଁ ସୁନା ଚେନ୍, ମୁଦି, ହାତ ଘଣ୍ଟା ଦିଆଯାଇଥିଲା। ତେବେ ବାଟ ବରଣ ସରିବାର ଠିକ୍ ପରେ ପୁଲିସ ଫୋର୍ସ ସହ ଏଠାରେ ପହଞ୍ଚି ଥିଲେ ଭୁବନେଶ୍ୱର କମିଶନରେଟ୍ ମହିଳା ପୁଲିସ ସବ ଇନ୍ସପେକ୍ଟର ଶୁଭଶ୍ରୀ ନାୟକ ଓ ଭଟଲି ଥାନା ସବଇନ୍ସପେକ୍ଟର ପଦ୍ମାବତୀ ମିର୍ଦ୍ଧା। ଜଣେ ଝିଅକୁ ଧୋକା ଦେଇଥିବା ଅଭିଯୋଗ ଅଧାରରେ ବରକୁ ବାନ୍ଧିଥିଲା ପୁଲିସ। ଫଳରେ କିଛି ସମୟ ଆଗରୁ ବ୍ୟାଣ୍ଡ ବାଜାରେ ଗର୍ଜି ଉଠୁଥିବା ଏହି ଛୋଟିଆ ଗାଁ ବେହେରା ପାଲି ସ୍ତବ୍ଧ ହେଇଯାଇଥିଲା। ଘଟଣା ପ୍ରଘଟ ହୋଇଯିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। 

ପୁଲିସର ଚଢ଼ାଉ ଦେଖି ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ କନିଆ ଘର ପାଖରେ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ କନିଆ ଘର ଗାଁ ଲୋକ ଏବଂ ବରଯାତ୍ରୀଙ୍କୁ ବସାଇ ପୁଲିସ ସବୁ ଘଟଣା ବୁଝାଇଥିଲା।

Advertisment

ପୁଲିସ ସୂଚନା ମୁତାବକ ଅଜିତ୍ ଭୁବନେଶ୍ଵରର ଜଣେ ଯୁବତୀଙ୍କୁ ପ୍ରେମ କରିବା ପରେ ବିବାହର ପ୍ରତିଶ୍ରୁତି ଦେଇ ଅନେକ ଥର ଶରୀରିକ ସମ୍ପର୍କ ରଖିଥିଲା। ହେଲେ ପରେ ପ୍ରତାରଣା କରିଥିଲା ଓ ବାହା ହେବନି ବୋଲି ମନା କରିଦେଇଥିଲା। ୨ ବର୍ଷ ସମ୍ପର୍କ ପରେ ଧୋକା ଖାଇ ଯୁବତୀ ଜଣକ ଅଜିତ ନାମରେ ଭୁବନେଶ୍ଵର ମହିଳା ଥାନାରେ ଏତଲା ଦେଇଥିଲେ। ପୁଲିସ ଘଟଣାର ପ୍ରାଥମିକ ତଦନ୍ତ ପରେ ମାମଲା ରୁଜୁ କରିଥିଲା। ତାଙ୍କୁ ଠକି ଦେଇ ଅଜିତ୍ ଅନ୍ୟ ଜାଗାରେ ବାହା ହେଉଥିଲେ। ଏ ଖବର ପାଇ ବରଗଡ଼ ଏସପି ପି ମୀନାଙ୍କ ନିର୍ଦ୍ଦେଶରେ ଭଟଲି ଥାନା ପୁଲିସ ସହ କମିଶନରେଟ ପୁଲିସ ବାହାଘର ସ୍ଥାନରେ ଚଡାଉ କରିଥିଲା।

ପୁଲିସ ଠାରୁ ଲୋକେ ଘଟଣା ବୁଝିବା ପରେ ଶାନ୍ତ ପଡ଼ିଥିଲେ ଓ ଧୋକାବାଜ୍ ବରକୁ ପୁଲିସ ହେପାଜତରେ ଛାଡ଼ି ଦେଇଥିଲେ। ଜଣକ ଜୀବନ ସହ ଖେଳି ସରିବା ପରେ ପୁଣି ଜଣକ ଜୀବନ ନଷ୍ଟ କରିବା ଆଗରୁ ଧୋକାବାଜ ବରକୁ ପୁଲିସ ଉଠାଇ ନେବା ଏଠାରେ ଅଲୋଚନାର ବିଷୟ ହୋଇଥିଲା।

ଆଜି ସକାଳେ ଏହି ବରକୁ ବରଗଡ଼ରୁ ଭୁବନେଶ୍ଵର ନେବା ପରେ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଛି ପୁଲିସ। ବାଟ ବରଣ ସମୟରେ ବରକୁ କନ୍ୟା ଘର ପକ୍ଷରୁ ଯେଉଁ ସୁନା ଚେନ୍, ମୁଦି, ହାତ ଘଣ୍ଟା ଦିଆଯାଇଥିଲା।; ତାହାକୁ ପୁଲିସ ଜବତ କରି କନ୍ୟାପକ୍ଷଙ୍କୁ ହସ୍ତାନ୍ତର କରିଛି। ସେପଟେ ବରକୁ ଉପହାର ଦେବା ପାଇଁ କନ୍ୟା ଘର ପକ୍ଷରୁ ଏକ ଦାମୀ କାର ଓ ଅନ୍ୟାନ୍ୟ ବହୁ ଜିନିଷ କିଣା ଯାଇଥିବା ଜଣାପଡ଼ିଛି। ହେଲେ ଧୋକାବାଜ ବରର କାରନାମା ଜଣାପଡ଼ିବା ପରେ କନ୍ୟାଘର ପକ୍ଷରୁ ଆଉ କୌଣସି ଜିନିଷ ଦିଆଯାଇନାହିଁ।

ରିପୋର୍ଟ- ବରଗଡରୁ ଦୀପକ ଶର୍ମା

Bride Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe