Police
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଧିକାରୀ ବୀରବର ଭଗତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ଘର ଓ ଅଫିସ ସମେତ ୪ଟି ସ୍ଥାନରେ ଆଜି ସକାଳେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।
ବୀରବରଙ୍କ ଗାଇସିଲେଟରେ ଥିବା ସରକାରୀ ଘର ସହିତ ଥାନାରେ ଚଢ଼ାଉ କରାଯାଇଛି। ସେହିପରି ସମ୍ୱଲପୁରର ଅନୁଗୁଳିଆ ପଡାରେ ଥିବା ତାଙ୍କ ଘର ଓ ସମ୍ୱଲପୁର କାବ୍ରାପାଲିରେ ଥିବା ଫାର୍ମ ହାଉସରେ ଏକାକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭିଜିଲାନ୍ସ ବୀରବରଙ୍କ ଗାଇସିଲେଟ କ୍ୱାର୍ଟର୍ସରୁ କିଛି ନଗଦ ଟଙ୍କା, ସୁନାଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।
ବୀରବର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଏହି ଚଢ଼ାଉ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Police_1684738740.jpg)