Advertisment

କିଏ କାହାକୁ ନାଲିଆଖି ଦେଖାଇଲା? ମାଡ଼ ମାରି ଉଠାଇନେଲା ପୁଲିସ୍

ବରଗଡ଼ (ଦୀପକ ଶର୍ମା): ମଦରେ ଚୁର୍‌ଚୁର୍ ଥିବା ଯୁବକ ଦେଖାଇଲେ ଉନ୍ମତ୍ତକାଣ୍ଡ। ପୁଲିସକୁ ପିଟିଲା। ଜୀବନରେ ମାରି ଦେବାକୁ ଧମକ ବି ଦେଲା। ତା ପୁଣି ହଜାର ହଜାର ଲୋକଙ୍କ ସାମ୍ନାରେ। ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ବରଗଡ଼ ସହରର ଗାନ୍ଧୀ ଛକ ଠାରେ। ପୁଲିସକୁ ମାରିଥିବା ଅଭିଯୁକ୍ତ ଯୁବକ ଜଣକ ହେଲା ବରଗଡ଼ ଡେମ କଲୋନୀର ଜିତୁ ଦାଶ ବୋଲି ଜଣା ପଡ଼ିଛି। ଆଜି ଅପରାହ୍ନ ୧୨ଟା ସମୟରେ ପାଟ୍ରୋଲିଂ କରୁଥିବା ପୁଲିସ ସହ […]

ଅଦ୍ୟତନ ହୋଇଛି
କିଏ କାହାକୁ ନାଲିଆଖି ଦେଖାଇଲା? ମାଡ଼ ମାରି ଉଠାଇନେଲା ପୁଲିସ୍

bargarh

Advertisment

ବରଗଡ଼ (ଦୀପକ ଶର୍ମା): ମଦରେ ଚୁର୍‌ଚୁର୍ ଥିବା ଯୁବକ ଦେଖାଇଲେ ଉନ୍ମତ୍ତକାଣ୍ଡ। ପୁଲିସକୁ ପିଟିଲା। ଜୀବନରେ ମାରି ଦେବାକୁ ଧମକ ବି ଦେଲା। ତା ପୁଣି ହଜାର ହଜାର ଲୋକଙ୍କ ସାମ୍ନାରେ। ଏପରି ଏକ ଘଟଣା ଦେଖିବାକୁ ମିଳିଥିଲା ବରଗଡ଼ ସହରର ଗାନ୍ଧୀ ଛକ ଠାରେ। ପୁଲିସକୁ ମାରିଥିବା ଅଭିଯୁକ୍ତ ଯୁବକ ଜଣକ ହେଲା ବରଗଡ଼ ଡେମ କଲୋନୀର ଜିତୁ ଦାଶ ବୋଲି ଜଣା ପଡ଼ିଛି।

Advertisment

ଆଜି ଅପରାହ୍ନ ୧୨ଟା ସମୟରେ ପାଟ୍ରୋଲିଂ କରୁଥିବା ପୁଲିସ ସହ ଯୁବକର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ଯୁବକ ଜଣକ ଏକ ଭଙ୍ଗା କାଚ ବୋତଲ ଧରି ପୁଲିସ ଭ୍ୟାନ୍ ପାଖକୁ ଦୌଡ଼ିଥିଲା। ଯୁବକଟି ରାସ୍ତା ମଝିରେ ପୁଲିସ୍ ଗାଡିକୁ ଅଟକାଇ ପୁଲିସ କର୍ମୀଙ୍କୁ ଗାଳି ଗୁଳଜ କରିବା ସହ ଆକ୍ରମଣ କରିଥିଲା।

ତେବେ ସଂପୃକ୍ତ ଯୁବକକୁ କାବୁ କରିବା ପାଇଁ ପୁଲିସକୁ ନାକେଦାମ ହେବାକୁ ପଡିଥିଲା। ଯୁବକଟି ହାତରେ ଭଙ୍ଗା କାଚ ବୋତଲ ଧରିଥିବାରୁ ସାମାନ୍ୟ ସମସ୍ୟା ଦେଖା ଦେଇଥିଲା। ହେଲେ ପରେ ପୁଲିସ ଅଭିଯୁକ୍ତ ଯୁବକକୁ କାବୁ କରିବା ସହ ବରଗଡ଼ ଟାଉନ ଥାନାରେ ଅଟକ ରଖିଛି। ପୁଲିସ୍ ମଧ୍ୟ ଯୁବକକୁ ମାଡ଼ ମାରିବା ସହ ତାକୁ ଘୋଷାରି ଘୋଷାରି ଭ୍ୟାନକୁ ନେଇଥିଲା। ଏହି ଘଟଣା ସମୟରେ ପାଖରେ ଶତାଧିକ ଲୋକେ ଛିଡ଼ା ହୋଇଥିଲେ। ଯୁବକ ଜଣକ ନିଶାଶକ୍ତ ଅବସ୍ଥାରେ ଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe