Village
ବରଗଡ଼ରେ ଗୁଳିକାଣ୍ଡ। କଥାବାର୍ତ୍ତା ବେଳେ ଯୁବକଙ୍କୁ ଗୁଳି କରି ଚମ୍ପଟ ମାରିଲା ଅଭିଯୁକ୍ତ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ବୁର୍ଲା ମେଡିକାଲ୍ରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଗୁଳିକାଣ୍ଡ ହୋଇଛି, ତାହା ଜଣାପଡ଼ି ନାହିଁ।
ବିଜେପୁର ଥାନା ତାଳପଦର ଗାଁର ଜିତୁ ପ୍ରକାଶ ସାହୁ ଆଜି ସନ୍ଧ୍ୟା ବେଳେ ଛକରେ ବସିଥିଲେ। ଠିକ୍ ସେହି ସମୟରେ ଗାଁର ଜଣେ ଯୁବକ ତାଙ୍କୁ ଅତର୍କିତ ଗୁଳି ମାଡ଼ କରି ଚମ୍ପଟ ମାରିଥିଲା। ଜିତୁଙ୍କ ପେଟରେ ବାଜିଥିଲା ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଘଟଣା ସ୍ଥଳରେ ବିଜେପୁର ଥାନା ପୁଲିସ୍ ପହଞ୍ଚି ଛାନ୍ଭିନ୍ ଚଳାଇଛି। ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ପୁଲିସ୍ ଉଦ୍ୟମ କରୁଛି। ବର୍ତ୍ତମାନ ସୁଦ୍ଧା ଗୁଳି ମାଡ଼ର କାରଣ ଜଣାପଡ଼ି ନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Village_1683645479.jpg)