Advertisment

ବରଗଡ଼: ମୋଦିଙ୍କ ଚାଷୀ ସମାବେଶ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ପୋଲିସ ଡିଜି

ବରଗଡ଼/ସମ୍ବଲପୁର: ପ୍ରଧାନମନ୍ତ୍ରୀଙ୍କ ଆଗାମୀ ବରଗଡ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ପୋଲିସ ଡିଜି କେ.ଭି.ସିଂହଙ୍କ ନେତୃତ୍ୱରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଗୁଇନ୍ଦା ଆଇ.ଜି ସ୍ୱପ୍ନା ତିୱାରୀ, ଉତ୍ତାରଞ୍ଚଳ ଡିଆଇଜି ପ୍ରତୀକ ମହାନ୍ତି ପ୍ରମୁଖ ଭଟଲି ଛକ ପାଖ ସର୍କସ ପଡିଆରେ ନିର୍ମିତ ସଭାସ୍ଥଳ ପରିଦର୍ଶନ କରିଥିଲେ। ପଡିଆର ଚତୁଃପାର୍ଶ୍ୱର ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଏହି ପୋଲିସ ଅଧିକାରୀ। ଏହି ସମୟରେ ବରଗଡ, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡା ଓ […]

ଅଦ୍ୟତନ ହୋଇଛି
ବରଗଡ଼: ମୋଦିଙ୍କ ଚାଷୀ ସମାବେଶ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ପୋଲିସ ଡିଜି

baragrah

Advertisment

ବରଗଡ଼/ସମ୍ବଲପୁର: ପ୍ରଧାନମନ୍ତ୍ରୀଙ୍କ ଆଗାମୀ ବରଗଡ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ। ପୋଲିସ ଡିଜି କେ.ଭି.ସିଂହଙ୍କ ନେତୃତ୍ୱରେ ଗୁଇନ୍ଦା ନିର୍ଦ୍ଦେଶକ ସୁନୀଲ ରାୟ, ଗୁଇନ୍ଦା ଆଇ.ଜି ସ୍ୱପ୍ନା ତିୱାରୀ, ଉତ୍ତାରଞ୍ଚଳ ଡିଆଇଜି ପ୍ରତୀକ ମହାନ୍ତି ପ୍ରମୁଖ ଭଟଲି ଛକ ପାଖ ସର୍କସ ପଡିଆରେ ନିର୍ମିତ ସଭାସ୍ଥଳ ପରିଦର୍ଶନ କରିଥିଲେ। ପଡିଆର ଚତୁଃପାର୍ଶ୍ୱର ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ଏହି ପୋଲିସ ଅଧିକାରୀ। ଏହି ସମୟରେ ବରଗଡ, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡା ଓ ସୋନପୁର ଜିଲ୍ଲାର ଏସପି ମଧ୍ୟ ଉପସ୍ଥିତି ଥିଲେ। ପରେ ବରଗଡ ଏସପିଙ୍କ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋଚନା କରଥିଲେ ଡିଜି।

Advertisment

ଅନ୍ୟପକ୍ଷରେ ଏହା ଏକ ଦଳୀୟ କାର୍ଯ୍ୟକ୍ରମ ହୋଇଥିବାରୁ ବିଜେପିର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ବରିଷ୍ଠ ନେତାମାନେ ବରଗଡରେ ଡେରା ପକାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦଳୀୟ ନେତାଙ୍କ ପୋଷ୍ଟରଗୁଡିକ ସହର ସାରା ଲାଗି ସାରିଲାଣି। ଆସନ୍ତା ୨୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବରଗଡରେ ଏକ ବିଶାଳ ଚାଷୀ ସମାବେଶରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତବେଳେ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଫସଲ ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜଳସେଚନ ଯୋଜନା ଫୋକସ୍‌ରେ ରହିବ। ଚାଷୀଙ୍କ ସହିତ ମୋଦି ସରକାର ରହିଛି ବୋଲି ସମାବେଶରେ ବାର୍ତ୍ତା ଦିଆଯିବ।

Advertisment

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଚାଷୀ ସମାବେଶ ପୂର୍ବରୁ ଆସନ୍ତା ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ବଲାଙ୍ଗିର ଗସ୍ତରେ ଯିବେ। ଯଦିଓ ଏହା ତାଙ୍କର ସରକାରୀ କାର୍ଯ୍ୟକ୍ରମ ତଥାପି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏହାକୁ ବିଜେଡିର କାଉଣ୍ଟର୍ ସମାବେଶ ବୋଲି କୁହାଯାଉଛି। ଦୁଇ ଜିଲ୍ଲାରେ ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ତେବେ ସଭାସ୍ଥଳରେ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେବେ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି। ଚାଷୀଙ୍କ ପାଇଁ ରାଜ୍ୟ ସରକାର କ’ଣ କରିଛନ୍ତି ସେନେଇ ମୁଖ୍ୟମନ୍ତ୍ରୀ ତଥ୍ୟ ରଖିବେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe