Advertisment

ବାରବାଟୀ ପ୍ୟାଲେସ ଅନିୟମିତତା: ଏଜି ଦେବେ ଆୟବ୍ୟୟ ରିପୋର୍ଟ

ଭୁବନେଶ୍ୱର: କଟକର ବିବାଦୀୟ ବାରବାଟୀ ପ୍ୟାଲେସ୍ ଓ ଏହାକୁ ଲାଗିଥିବା ୨୩ଟି ଦୋକାନ ଘରର ଆର୍ଥିକ ଅନିୟମିତତା ଅଭିଯୋଗ ମାମଲରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମେକାର୍ଟ। ମାମଲାର ଶୁଣାଣି କରି କୋର୍ଟ ଆଜି କହିଛନ୍ତି, ଆୟବ୍ୟୟ ସଂପର୍କରେ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ରିପୋର୍ଟ ଦେବେ। ବାରବାଟୀ ପ୍ୟାଲେସରେ ଥିବା କେବଳ ୨୩ଟି ଦୋକାନ ଘର ଓ କଲ୍ୟାଣ ମଣ୍ଡପର ଆୟବ୍ୟୟ ସଂପର୍କରେ ରିପୋର୍ଟ ଦେବେ ଏଜି।  ସେହିଭଳି ଦୋକାନ ଘର ଓ କଲ୍ୟାଣ ମଣ୍ଡପ ପ୍ରକୃତରେ […]

ବାରବାଟୀ ପ୍ୟାଲେସ ଅନିୟମିତତା: ଏଜି ଦେବେ ଆୟବ୍ୟୟ ରିପୋର୍ଟ

barabati

Advertisment

ଭୁବନେଶ୍ୱର: କଟକର ବିବାଦୀୟ ବାରବାଟୀ ପ୍ୟାଲେସ୍ ଓ ଏହାକୁ ଲାଗିଥିବା ୨୩ଟି ଦୋକାନ ଘରର ଆର୍ଥିକ ଅନିୟମିତତା ଅଭିଯୋଗ ମାମଲରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମେକାର୍ଟ। ମାମଲାର ଶୁଣାଣି କରି କୋର୍ଟ ଆଜି କହିଛନ୍ତି, ଆୟବ୍ୟୟ ସଂପର୍କରେ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି) ରିପୋର୍ଟ ଦେବେ। ବାରବାଟୀ ପ୍ୟାଲେସରେ ଥିବା କେବଳ ୨୩ଟି ଦୋକାନ ଘର ଓ କଲ୍ୟାଣ ମଣ୍ଡପର ଆୟବ୍ୟୟ ସଂପର୍କରେ ରିପୋର୍ଟ ଦେବେ ଏଜି।  ସେହିଭଳି ଦୋକାନ ଘର ଓ କଲ୍ୟାଣ ମଣ୍ଡପ ପ୍ରକୃତରେ ଜମିରେ ଅଛି ନା ନାହିଁ, ସେ ସଂପର୍କରେ ଅନୁଧ୍ୟାନ ଲାଗି ଏକ କମିଟି ଗଠନ ହେବ। କଟକ ଜିଲ୍ଲା ଜଜଙ୍କ ନେତୃତ୍ୱରେ ଗଠନ ହେବ ଏହି କମିଟି। ଏଥିରେ ଦୁଇ ଜଣ ଅତିରିକ୍ତ ଜିଲ୍ଲା ଜଜ୍ ରହିବେ। ଏମାନେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ମନୋନୀତ ହେବେ। ଏହି କମିଟି ଘଟଣାସ୍ଥଳକୁ ଯାଇ ଯାଞ୍ଚ କରିବେ। ଏହି କାର୍ଯ୍ୟରେ ମୁଖ୍ୟ ଶାସନ ସଚିବ ଓ ରାଜସ୍ୱ ସଚିବ ସହଯୋଗ କରିବେ।  

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe