Advertisment

କଂସ ବଧ ସହ ଶେଷ ହେଲା ଧନୁଯାତ୍ରା

ବରଗଡ଼ (ଓଡ଼ିଶା ରିପୋର୍ଟର): ମହାରାଜା କଂସଙ୍କ ବଧ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କୃଷ୍ଣ, ବଳରାମଙ୍କୁ ପାଖରେ ଦେଖି ମହାରାଜା କଂସଙ୍କ ମନେ ପଡ଼ିଯାଇଥିଲା ଶୂନ୍ୟବାଣୀ ଓ ବିଜୁଳି କନ୍ୟାର ଅଟ୍ଟହାସ୍ୟ। ଏହାପରେ କଂସ ମହାରାଜା ମଞ୍ଚରୁ ତଳେ ପଡ଼ି ପ୍ରାଣତ୍ୟାଗ କରିଥିଲେ। ପାପାଚାରୀ କଂସଙ୍କୁ ବଧ କରି କୃଷ୍ଣ, ବଳରାମ ମଥୁରାବାସୀଙ୍କୁ ତାଙ୍କ ଅତ୍ୟାଚାରୁ ମୁକ୍ତ କରିଛନ୍ତି। ୧୧ଦିନର ଏହି ଧନୁଯାତ୍ରାରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ଗୋପପୁର ସାଜିଥିଲା। ଦେବକୀ […]

କଂସ ବଧ ସହ ଶେଷ ହେଲା ଧନୁଯାତ୍ରା

d

Advertisment

ବରଗଡ଼ (ଓଡ଼ିଶା ରିପୋର୍ଟର): ମହାରାଜା କଂସଙ୍କ ବଧ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। କୃଷ୍ଣ, ବଳରାମଙ୍କୁ ପାଖରେ ଦେଖି ମହାରାଜା କଂସଙ୍କ ମନେ ପଡ଼ିଯାଇଥିଲା ଶୂନ୍ୟବାଣୀ ଓ ବିଜୁଳି କନ୍ୟାର ଅଟ୍ଟହାସ୍ୟ। ଏହାପରେ କଂସ ମହାରାଜା ମଞ୍ଚରୁ ତଳେ ପଡ଼ି ପ୍ରାଣତ୍ୟାଗ କରିଥିଲେ। ପାପାଚାରୀ କଂସଙ୍କୁ ବଧ କରି କୃଷ୍ଣ, ବଳରାମ ମଥୁରାବାସୀଙ୍କୁ ତାଙ୍କ ଅତ୍ୟାଚାରୁ ମୁକ୍ତ କରିଛନ୍ତି।

Advertisment

୧୧ଦିନର ଏହି ଧନୁଯାତ୍ରାରେ ବରଗଡ଼ ମଥୁରାନଗରୀ ଏବଂ ଅମ୍ବାପାଲ୍ଲୀ ଗୋପପୁର ସାଜିଥିଲା। ଦେବକୀ ବସୁଦେବଙ୍କ ବିବାହରୁ ଆରମ୍ଭ ହୋଇଥିଲା ଧନୁଯାତ୍ରା। ଏହାପରେ କଂସଙ୍କୁ ଦୈବବାଣୀ, ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ, ଦେବକୀ ବସୁଦେବଙ୍କୁ କାରାଗାର ପ୍ରେରଣ, କୃଷ୍ଣ ଜନ୍ମ, କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, ଗୋପରୁ ମଥୁରା ଆଗମନ ଓ କଂସ ବଧ ପରିବେଷଣ କରାଯାଇଥିଲା।

୧୧ ଦିନର ରାଜୁତିରେ ମହାରାଜା କଂସଙ୍କ ନଗର ଭ୍ରମଣ ସହ  ଦରବାରରେ ନେତା, ମନ୍ତ୍ରୀ ଓ ପ୍ରଶାସକଙ୍କୁ ଜନ କଲ୍ୟାଣ ପାଇଁ ତାଗିଦ କରିଥିଲେ ମହାରାଜା କଂସ। ସେହିପରି ଓଟିଭିକୁ ମଧ୍ୟ ସମସ୍ତ ବୁଲେଟିନ୍‌ରେ ଧନୁଯାତ୍ରାର ପ୍ରସାରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ମହାରାଜା କଂସ।

Advertisment

ସୂଚନାଯୋଗ୍ୟ, ୧୯୪୯ ମସିହାରୁ ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆୟୋଜିତ ହୋଇ ଆସୁଛି। ଚଳିତବର୍ଷ ଏହା ୭୦ ବର୍ଷରେ ପଦାର୍ପଣ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe