ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସ ନିଲମ୍ବିତ

ବରଗଡ଼ (ଓଡ଼ିଶା ରିପୋର୍ଟର): ଚାଉଳ କିଣାରେ ଅନିୟମିତତା ଅଭିଯୋଗରେ ବରଗଡ଼ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରଜନୀକାନ୍ତ ଦାସଙ୍କୁ ନିଲମ୍ବିତ କରାଯାଇଛି। ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କୁ ନିଲମ୍ବିତ କରାଯାଇଛି। 

ଜଗତସିଂହପୁର, କେନ୍ଦୁଝର, ମୟୂରଭଂଜ ଓ ବରଗଡ଼ ଜିଲ୍ଲାର ସ୍କୁଲ ଓ ଅଙ୍ଗନଓ୍ୱାଡ଼ି କେନ୍ଦ୍ରର ଶିଶୁଙ୍କ ପାଇଁ ଭିଟାମିନଯୁକ୍ତ ଚାଉଳ କିଣାରେ ଅନିୟମିତତା ଅଭିଯୋଗ ପରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେ ମିଲର୍ସଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ଅଧିକ ଭିଟାମିନଯୁକ୍ତ ଚାଉଳ କିଣିଥିଲେ। ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ନ ଛାଡ଼ିବାକୁ ରଜନୀକାନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।