Advertisment

ଫସଲ ବୀମା ଟଙ୍କା ମିଳିଲାନି, ଧାରଣାରୁ ଫେରି ଚାଲିଗଲା ଚାଷୀଙ୍କ ଜୀବନ

ବରଗଡ଼ (ଦୀପକ ଶର୍ମା): ଫସଲର ବୀମା କରିଥିଲେ। ଭାବିଥିଲେ ଚାଷ ନଷ୍ଟ ହେଲେ ବୀମା ଟଙ୍କା ମିଳିବ। ହେଲେ ଟଙ୍କା ମିଳିଲା ନାହିଁ। ଦୀର୍ଘ ୪ ଦିନ ଧରି ଆନ୍ଦୋଳନ କରି ଘରକୁ ଫେରିଥିଲେ ଜଣେ ଚାଷୀ। ବୀମା ଟଙ୍କା ମିଳିବ ନାହିଁ, କେମିତି ପରିବାର ଚଳିବ, ଚିନ୍ତା କରି କରି ଚାଲିଗଲା ଜଣେ ଚାଷୀଙ୍କ ଜୀବନ। ଏପରି ଅଭାବନୀୟ ଘଟଣା ଚାଷୀ ମୃତ୍ୟୁର ଉପତ୍ୟକା ବରଗଡ଼ ଜିଲ୍ଲାରେ ଘଟିଛି। ଫସଲ ବୀମା ଟଙ୍କା ମିଳୁନଥିବାରୁ ଗତ […]

author-image
Sampad Mahapatra
ଫସଲ ବୀମା ଟଙ୍କା ମିଳିଲାନି, ଧାରଣାରୁ ଫେରି ଚାଲିଗଲା ଚାଷୀଙ୍କ ଜୀବନ

farmer-suicide

ବରଗଡ଼ (ଦୀପକ ଶର୍ମା): ଫସଲର ବୀମା କରିଥିଲେ। ଭାବିଥିଲେ ଚାଷ ନଷ୍ଟ ହେଲେ ବୀମା ଟଙ୍କା ମିଳିବ। ହେଲେ ଟଙ୍କା ମିଳିଲା ନାହିଁ। ଦୀର୍ଘ ୪ ଦିନ ଧରି ଆନ୍ଦୋଳନ କରି ଘରକୁ ଫେରିଥିଲେ ଜଣେ ଚାଷୀ। ବୀମା ଟଙ୍କା ମିଳିବ ନାହିଁ, କେମିତି ପରିବାର ଚଳିବ, ଚିନ୍ତା କରି କରି ଚାଲିଗଲା ଜଣେ ଚାଷୀଙ୍କ ଜୀବନ।

Advertisment

ଏପରି ଅଭାବନୀୟ ଘଟଣା ଚାଷୀ ମୃତ୍ୟୁର ଉପତ୍ୟକା ବରଗଡ଼ ଜିଲ୍ଲାରେ ଘଟିଛି।

ଫସଲ ବୀମା ଟଙ୍କା ମିଳୁନଥିବାରୁ ଗତ ୨୩ ତାରିଖରୁ ପଦ୍ମପୁର ଉପଖଣ୍ଡ ପଲସଜା ସମବାୟ ସମିତି ଆଗରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ପଲସରା ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନରେ ଶତାଧିକ ଚାଷୀ ସାମିଲ୍‌ ହୋଇଥିଲେ। ଏପରିକି ସମବାୟ ସମିତିରେ ତାଲା ପକାଇ ଦେଇଥିଲେ ଚାଷୀ।

ଏହି ଆନ୍ଦୋଳନରେ ଚାଷୀ ଗୋବିନ୍ଦ ବିଶ୍ୱାଳ ମଧ୍ୟ ସାମିଲ ହୋଇଥିଲେ। ହେଲେ ଜିଲ୍ଲାପାଳ ବା ଏସ୍‌ପି କେହି ଚାଷୀଙ୍କ ସମସ୍ୟା ପ୍ରତି ଧ୍ୟାନ ଦେଇନଥିଲେ।

Advertisment

ଗତକାଲି ସନ୍ଧ୍ୟାରେ ଗୋବିନ୍ଦ ଘରକୁ ଫେରିଥିଲେ। ଦାବି ପୂରଣ ହେଉନଥିବାରୁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ପରେ ଝିଅ ହାତରୁ ପାଣି ପିଇଥିଲେ। ଫସଲ ବୀମା ଟଙ୍କା ମିଳିବ ନାହିଁ, କେମିତି ଚଳିବା ବୋଲି ବାରମ୍ୱାର ବାରମ୍ୱାର ଝିଅକୁ କହୁଥିଲେ ଗୋବିନ୍ଦ।

ଏହି ସମୟରେ ସେ ହଠାତ୍‌ ସଜ୍ଞା ହରାଇ ପଡ଼ି ଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ପାଇକମାଲ୍‌ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଖବର ପ୍ରକାଶ ପାଇବା ପରେ ଆଜି ସକାଳେ ଆନ୍ଦୋଳନ ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗୋବିନ୍ଦଙ୍କ ମୃତଦେହ ରଖି ଚାଷୀମାନେ ରାସ୍ତାରୋକ କରିଥିଲେ।

ମୃତ ଚାଷୀ ଗୋବିନ୍ଦଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହିତ ସମସ୍ତ ଋଣ ଛାଡ଼ କରିବା, ପଲସରା ପଞ୍ଚାୟତର ସମସ୍ତ ଚାଷୀଙ୍କ ଫସଲ ବୀମା ଏକର ପିଛା ୪୦,୦୦୦ ଟଙ୍କା, ଇନ୍‌ପୁଟ୍‌ ସବ୍‌ସିଡି ପ୍ରଦାନ ପ୍ରମୁଖ ଦାବି ପୂରଣ ପାଇଁ ଚାଷୀମାନେ ଦାବି କରିଥିଲେ। ଏଥିରେ ପଶ୍ଚିମ ଓଡ଼ିଶା କୃଷକ ସମନ୍ୱୟ ସମିତି ଓ ଜୟ କିଷାନ୍‌ ସାମିଲ ହୋଇଥିଲେ।

ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ମୃତ ଚାଷୀଙ୍କୁ ୧୦ ହଜାର ଟଙ୍କା ସହ ଫସଲ ବୀମା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସୂଚନା ଅନୁଯାୟୀ, ଗୋବିନ୍ଦଙ୍କର ୩ ହେକ୍ଟର ଚାଷ ଜମି ରହିଛି। ଏଥିରେ ସେ ଧାନ ଚାଷ କରନ୍ତି। ଏଥିପାଇଁ ସେ ପଲ୍‌ସରା ସମବାୟ ସମିତିରୁ ୭୫,୦୦୦ ଟଙ୍କା ଋଣ କରିଥିଲେ।