Advertisment

ସଂସଦରେ ଉଠିଲା ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ପ୍ରସଙ୍ଗ

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲା ସଂସଦରେ ଉଠିଲା। ବିଜେପିର ବରିଷ୍ଠ ସାଂସଦ ସୁରେଶ ପୂଜାରୀ ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ମାମଲାରେ ଅନେକ ବଡ ବଡ ନେତା, ଅଫିସର, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକଙ୍କ ନାଁ ସାମ୍ନାକୁ ଆସିଛି। ତେଣୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି। ସଂସଦ ବାହାରେ ଶ୍ରୀ ପୂଜାରୀ କହିଛନ୍ତି, ଅର୍ଚ୍ଚନା […]

ଅଦ୍ୟତନ ହୋଇଛି
ସଂସଦରେ ଉଠିଲା ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ପ୍ରସଙ୍ଗ

archana

Advertisment

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ ମାମଲା ସଂସଦରେ ଉଠିଲା। ବିଜେପିର ବରିଷ୍ଠ ସାଂସଦ ସୁରେଶ ପୂଜାରୀ ଆଜି ଏହି ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଥିବା ଏହି ମାମଲାରେ ଅନେକ ବଡ ବଡ ନେତା, ଅଫିସର, ବ୍ୟବସାୟୀ, ଫିଲ୍ମ ପ୍ରଯୋଜକଙ୍କ ନାଁ ସାମ୍ନାକୁ ଆସିଛି। ତେଣୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି।

Advertisment

ସଂସଦ ବାହାରେ ଶ୍ରୀ ପୂଜାରୀ କହିଛନ୍ତି, ଅର୍ଚ୍ଚନା ନାଗ ମାମଲାରେ ଇଡି କେବଳ ଅର୍ଥ ହେରଫେର୍‌ର ତଦନ୍ତ କରୁଛି। କେଉଁଠୁ ଟଙ୍କା ଆସିଲା? କିଏ ସବୁ ଟଙ୍କା ଦେଲେ? ଯେଉଁମାନେ ଟଙ୍କା ଦେଇଛନ୍ତି, ସେମାନେ କେମିତି ଟଙ୍କା ଉପାର୍ଜନ କଲେ? ଇଡି ତାହାରି ଉପରେ ତଦନ୍ତ କରିବ। କିନ୍ତୁ ମୂଳ ବିଷୟ ହେଉଛି, ମୋଟାମୁଟି ଗୋଟିଏ ସେକ୍ସ ରାକେଟ୍‌ ଚାଲିଥିଲା। ଆଉ ସେଥିରେ ବଡ଼ବଡ଼ ରାଜନେତା, ବେପାରୀ, ଫିଲ୍ମ ପ୍ରଯୋଜକ, ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ନାଁ ସାମ୍ନାକୁ ଆସୁଛି। ରାଜ୍ୟର ଯେତେ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି, ସେମାନେ ସମସ୍ତେ ସ୍କାନରରେ। ସେମାନେ ଟ୍ରାପ୍‌ ହୋଇଛନ୍ତି। ଇଣ୍ଡିଆନ୍‌ ପେନାଲ୍‌ କୋର୍ଡ ଅନୁସାରେ ସେମାନଙ୍କର ବିଚାର ହେବା କଥା। ଯେଉଁ ଅର୍ଥ ସେମାନେ ଦେଇଛନ୍ତି, ତାହା ସେମାନେ ଆଣିଲେ କେଉଁଠୁ? ଏହାର ଚେର ପର୍ଯ୍ୟନ୍ତ ଯିବାକୁ ହେଲେ ଲମ୍ୱା ତଦନ୍ତର ଆବଶ୍ୟକତା ରହିଛି। ଏଥିରେ ଯେଉଁମାନଙ୍କୁ ନାଁ ଉଠୁଛି, ସେମାନଙ୍କର ଲାଏ ଡିଟେକ୍‌ସନ୍‌ ଟେଷ୍ଟ ହେବା କଥା। ଏଭଳି ଜଟିଳ ମାମଲାକୁ କେବଳ ସିବିଆଇ ତଦନ୍ତ କରିପାରିବ। ଏଥିରେ ମୁଖ୍ୟମନ୍ତ୍ରୀ ଆପତ୍ତି ଉଠାଇବାର ନାହିଁ। କାରଣ ସେମାଙ୍କର ଏଥିରେ ସମ୍ପୃକ୍ତି ନାହିଁ। ଏହି ମାମଲାରେ ସତ ପଦାକୁ ଆସୁ। ଆଉ ଯେଉଁମାନେ ରାଜନେତାର ମୁଖା ପିନ୍ଧି ଏଭଳିଆ ଅପକର୍ମ କରୁଛନ୍ତି, ସେମାନଙ୍କ ନାଁ ଜନସାଧରଣ ଜାଣିବା ଦରକାର ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ପୁଲିସ ତଦନ୍ତ ଉପରେ ପ୍ରଶ୍ନ ଉଠାଇଛନ୍ତି ସୁରେଶ ପୂଜାରୀ। ଓଡ଼ିଶା ପୁଲିସ ତଦନ୍ତ କଲେ ତଦନ୍ତ ବାଟବଣା ହେବାର ସମ୍ଭାବନା ଅଛି। ଅର୍ଚ୍ଚନାଙ୍କ ସହ ଏଥିରେ ସଂପୃକ୍ତ ସମସ୍ତଙ୍କର ଲାଇ ଡିଟେକ୍ସନ ଟେଷ୍ଟ ହେଉ ବୋଲି ଶ୍ରୀ ପୂଜାରୀ ଦାବି କରିଛନ୍ତି।

Advertisment

ଗତ କିଛି ଦିନ ହେଲା ରାଜ୍ୟରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛନ୍ତି ହନିଟ୍ରାପ୍‌ କୁଇନ୍‌ ଅର୍ଚ୍ଚନା ନାଗ। କେତେବେଳେ ତାଙ୍କ ସେକ୍ସ ରାକେଟ୍‌ କାରବାର ତ ଆଉ କେତେକେଳେ ରାଜନେତାଙ୍କ ସହିତ ଥିବା ସମ୍ପର୍କକୁ ନେଇ। ତେବେ ଏହାରି ଭିତରେ ଇଡି ଅର୍ଚ୍ଚନା ଓ ବିଜନେସ୍‌ ପାର୍ଟନର ଖଗେଶ୍ୱର ପାତ୍ରଙ୍କୁ ଗିରଫ କରିଛି। ତେବେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନେଇଛି। ମିଳିଥିବା ସୂଚନା ଅନୁସାରେ ଅର୍ଚ୍ଚନା, ଜଗବନ୍ଧୁ ଓ ଖଗେଶ୍ୱରଙ୍କୁ ମୁହାଁମୁହିଁ ବସାଇ ଇଡି ଜେରା କରୁଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe