Advertisment

ଜଳୁଛି ଓଡ଼ିଶା; ୪୦ ଡିଗ୍ରୀ ଉପରେ ୨୫ ସହର

ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ରାଜ୍ୟର ୮ ସହର ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Heat Wave

ଜଳୁଛି ଓଡ଼ିଶା। ଆଜି ରାଜ୍ୟର ୨୫ ସହରର ଦିନର ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବାରିପଦା। ଏଠାରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୩.୫ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିପରି କଟକରେ ୪୧.୪ ଡ଼ିଗ୍ରୀ ଓ ଭୁବନେଶ୍ୱରରେ ୪୦.୮ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ରାଜ୍ୟର ୮ ସହର ତାପମାତ୍ରା ୪୨ ଡ଼ିଗ୍ରୀ କିମ୍ବା ଅଧିକ ରେକର୍ଡ କରାଯାଇଛି। ବାଲେଶ୍ୱରରେ ୪୦.୦ ଡିଗ୍ରୀ, ଚାନ୍ଦବାଲିରେ ୪୧.୩ ଡିଗ୍ରୀ, କଟକରେ ୪୧.୪ ଡିଗ୍ରୀ, ପାରାଦୀପରେ ୩୩.୯ ଡିଗ୍ରୀ, ଭୁବନେଶ୍ୱରରେ ୪୦.୮ ଡିଗ୍ରୀ, ଗୋପାଳପୁରରେ ୩୫.୪ ଡିଗ୍ରୀ, ପୁରୀରେ ୩୪.୭ ଡିଗ୍ରୀ, ଅନୁଗୋଳରେ ୪୨.୫ ଡିଗ୍ରୀ, ବାରିପଦାରେ ୪୩.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୮ ଡିଗ୍ରୀ, କେନ୍ଦୁଝରରେ ୩୯.୮ ଡିଗ୍ରୀ, ସମ୍ୱଲପୁରରେ ୪୧.୬ ଡିଗ୍ରୀ, ସୁନ୍ଦରଗଡ଼ରେ ତାପମାତ୍ରା ୪୧.୦ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେହିପରି ହୀରାକୁଦରେ ୪୦.୬ ଡିଗ୍ରୀ, ତାଳଚେରରେ ୪୨.୦ ଡିଗ୍ରୀ, ଭବାନୀପାଟଣାରେ ୪୨.୦ ଡିଗ୍ରୀ, ବଲାଙ୍ଗିରରେ ୪୨.୦ ଡିଗ୍ରୀ, କୋରାପୁଟରେ ୩୫.୪ ଡିଗ୍ରୀ, ଫୁଲବାଣୀରେ ୪୦.୩ ଡିଗ୍ରୀ, ଟିଟିଲାଗଡ଼ରେ ୪୨.୨ ଡିଗ୍ରୀ, ମାଲକାନଗିରିରେ ୩୯.୫ ଡିଗ୍ରୀ, ସୋନପୁରରେ ୪୨.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩.୦ ଡିଗ୍ରୀ, ନୟାଗଡ଼ରେ ୪୦.୦ ଡିଗ୍ରୀ,ବୌଦ୍ଧରେ ୪୨.୫ ଡିଗ୍ରୀ, ଛତ୍ରପୁରରେ ୩୫.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୦.୬ ଡିଗ୍ରୀ, ରାୟଗଡ଼ାରେ ୩୮.୯ ଡିଗ୍ରୀ, ଭଦ୍ରକରେ ୪୧.୦ ଡିଗ୍ରୀ, ଯାଜପୁରରେ ୪୦.୨ ଡିଗ୍ରୀ, ଢେଙ୍କାନାଳରେ ୪୦.୫ ଡିଗ୍ରୀ, ବରଗଡ଼ରେ ୩୮.୮ ଡିଗ୍ରୀ, ଦେବଗଡ଼ରେ ୩୯.୪ ଡିଗ୍ରୀ, ନୂଆପଡ଼ାରେ ୪୦.୦ ଡିଗ୍ରୀ, ନବରଙ୍ଗପୁରରେ ୩୭.୦ ଡିଗ୍ରୀ, ଖୋର୍ଦ୍ଧାରେ ୩୯.୦ ଡିଗ୍ରୀ, ଜଗତସିଂହପୁରରେ ୪୦.୫ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୯.୨ ଡିଗ୍ରୀ ଓ ରାଉରକେଲାର ତାପମାତ୍ରା ୪୧.୦ ଡିଗ୍ରୀ ରେକର୍ଡ କରାଯାଇଛି।

Heat Wave Heat Wave In Odisha Weather Report