Advertisment

ଆଉ ୪ ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି

ବାରିପଦା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ଼ କରାଯାଇଛି।

author-image
Manoranjan Sial
ଅଦ୍ୟତନ ହୋଇଛି
undefined

Heat Wave

ରାଜ୍ୟରେ ଆଉ ୪ ଦିନ କଲବଲ କରିବ ଖରା ସାଙ୍ଗକୁ ଗୁଳୁଗୁଳି। ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ। ଅପରାହ୍ନରେ କାଳ ବୈଶାଖୀରେ ବର୍ଷା ହେଲେ ମଧ୍ୟ ତାତି କମିବନିନାହିଁ। ୨୧ ଯାଏଁ ଏଭଳି ସ୍ଥିତି ରହିବ। ତା’ପରେ ତାପମାତ୍ରା କ୍ରମେ ହ୍ରାସ ପାଇବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ସଞ୍ଜୀବ ଦ୍ୱିବେଦୀ ସୂଚନା ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଗତକାଲି ପରି ଆଜି ମଧ୍ୟ ରାଜ୍ୟରେ ଦେଖାଦେଇଛି ଅସମ୍ଭାଳ ତାତି। ବାରିପଦା ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ଏଠାରେ ତାପମାତ୍ରା ୪୪.୨ ଡିଗ୍ରୀ ରେକର୍ଡ଼ କରାଯାଇଛି। ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ କେନ୍ଦ୍ର ଜାରି ହୋଇଥିବା ବୁଲେଟିନ୍‌ ଅନୁସାରେ ବୌଦ୍ଧରେ ୪୩.୫ ଡିଗ୍ରୀ, ନୂଆପଡ଼ାରେ ୪୩.୫ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ତାଳଚେରରେ ୪୩.୨ ଡିଗ୍ରୀ, ସମ୍ୱଲପୁରରେ ୪୩.୨ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୧ ଡିଗ୍ରୀ, ଅନୁଗୋଳରେ ୪୩.୧ ଡିଗ୍ରୀ, ବଲାଙ୍ଗିରରେ ୪୩.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ, ଭବାନୀପାଟଣାରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ସୋନପୁରରେ ୪୧.୭ ଡିଗ୍ରୀ, ହୀରାକୁଦରେ ୪୧.୬ ଡିଗ୍ରୀ, କଟକରେ ୪୧.୬ ଡିଗ୍ରୀ, ଢେଙ୍କାନାଳରେ ୪୧.୪ ଡିଗ୍ରୀ, ବରଗଡ଼ରେ ୪୦.୮ ଡିଗ୍ରୀ, ନୟାଗଡ଼ରେ ୪୦.୫ ଡିଗ୍ରୀ ଓ କେନ୍ଦୁଝରରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Advertisment

ସେହିପରି ଚାନ୍ଦବାଲିରେ ୪୦.୨ ଡିଗ୍ରୀ, ଜଗତସିଂହପୁରରେ ୪୦.୦ ଡିଗ୍ରୀ, ଭଦ୍ରକରେ ୪୦.୦ ଡିଗ୍ରୀ, ଦେବଗଡ଼ରେ ୪୦.୦ ଡିଗ୍ରୀ, ଭୁବନେଶ୍ୱରରେ ୩୯.୯ ଡିଗ୍ରୀ, ରାୟଗଡ଼ାରେ ୩୯.୮ ଡିଗ୍ରୀ, ମାଲକାନଗିରିରେ ୩୯.୭ ଡିଗ୍ରୀ, ଫୁଲବାଣୀରେ ୩୯.୦ ଡିଗ୍ରୀ, ବାଲେଶ୍ୱରରେ ୩୯.୦ ଡିଗ୍ରୀ, କେନ୍ଦ୍ରାପଡ଼ାରେ ୩୮.୮ ଡିଗ୍ରୀ, ଖୋର୍ଦ୍ଧାରେ ୩୮.୦ ଡିଗ୍ରୀ, ନବରଙ୍ଗପୁରରେ ୩୭.୮ ଡିଗ୍ରୀ, କୋରାପୁଟରେ ୩୬.୫ ଡିଗ୍ରୀ, ଗୋପାଳପୁରରେ ୩୬.୨ ଡିଗ୍ରୀ, ଛତ୍ରପୁରରେ ୩୬.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୬.୦ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ, ପାରାଦୀପରେ ୩୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Heat Wave Heat Wave In Odisha Weather