Advertisment

ମୋବାଇଲ ଚୋରି ଅଭିଯୋଗ: ଯୁବକଙ୍କୁ ଛେଚିବା ପରେ ହାତ ବାନ୍ଧି ୨ କି.ମି. ଚଲାଇଲେ

ବାରିପଦା(ମାନିକ୍ ଲାଲ୍ ପାଣି): ମୋବାଇଲ ଚୋରି ଅଭିଯୋଗରେ ଯୁବକକୁ ନିସ୍ତୁକ ଛେଚିଲେ। ଲହୁଲୁହାଣ ହେବା ସତ୍ତ୍ୱେ ମଧ୍ୟ ଏହି ଯୁବକ ଦୋଷ ନ ମାନିବାରୁ ପରେ ତାଙ୍କ ଦୁଇ ହାତକୁ ଦୌଡିରେ ବାନ୍ଧି ୨ କିଲୋମିଟର ଚଲାଇଲେ ଲୋକେ। ଏହାର ଭିଡ଼ିଓ ରେକଡିଂ ମଧ୍ୟ କଲେ। ଖବର ପାଇ ବାରିପଦା ଟାଉନ୍ ପୁଲିସ ଏହି ଯୁବକଙ୍କୁ ବାଟରୁ ଉଦ୍ଧାର କରିବା ସହ ଥାନାକୁ ନେଇ ପଚରାଉଚରା କରୁଛି। ଆଜି ବାରିପଦା ଟାଉନ ଥାନା ଅନ୍ତର୍ଗତ ରଘୁନାଥପୁର ଅଂଚଳରେ […]

author-image
Niranjan Mishra
ଅଦ୍ୟତନ ହୋଇଛି
ମୋବାଇଲ ଚୋରି ଅଭିଯୋଗ: ଯୁବକଙ୍କୁ ଛେଚିବା ପରେ ହାତ ବାନ୍ଧି ୨ କି.ମି. ଚଲାଇଲେ

theaf

ବାରିପଦା(ମାନିକ୍ ଲାଲ୍ ପାଣି): ମୋବାଇଲ ଚୋରି ଅଭିଯୋଗରେ ଯୁବକକୁ ନିସ୍ତୁକ ଛେଚିଲେ। ଲହୁଲୁହାଣ ହେବା ସତ୍ତ୍ୱେ ମଧ୍ୟ ଏହି ଯୁବକ ଦୋଷ ନ ମାନିବାରୁ ପରେ ତାଙ୍କ ଦୁଇ ହାତକୁ ଦୌଡିରେ ବାନ୍ଧି ୨ କିଲୋମିଟର ଚଲାଇଲେ ଲୋକେ। ଏହାର ଭିଡ଼ିଓ ରେକଡିଂ ମଧ୍ୟ କଲେ। ଖବର ପାଇ ବାରିପଦା ଟାଉନ୍ ପୁଲିସ ଏହି ଯୁବକଙ୍କୁ ବାଟରୁ ଉଦ୍ଧାର କରିବା ସହ ଥାନାକୁ ନେଇ ପଚରାଉଚରା କରୁଛି। ଆଜି ବାରିପଦା ଟାଉନ ଥାନା ଅନ୍ତର୍ଗତ ରଘୁନାଥପୁର ଅଂଚଳରେ ଏହି ଘଟଣା ଘଟିଛି। ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଲୋକେ ଅଭିଯୁକ୍ତକୁ କାବୁ କରିବା ପରେ ପୁଲିସକୁ ଦେଇପାରିଥାନ୍ତେ, ହେଲେ ଏଭଳି ନ କରି ଆଇନକୁ ହାତକୁ ନେବା ଉଦ୍‌ବେଗର ବିଷୟ ହୋଇଛି।

Advertisment

ସୂଚନା ମୁତାବକ, ଅଭିଯୁକ୍ତ ଯୁବକ ରଘୁନାଥପୁର ଅଂଚଳରେ କିଛି ଲୋକଙ୍କ ମୋବାଇଲ ଚୋରି କରି ପଳାଇ ଯାଉଥିବା ନେଇ ଲୋକେ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲେ। ପରେ ତାଙ୍କୁ ସଂଘବଦ୍ଧ ହୋଇ କାବୁ କରିବା ପରେ ଚୋରି କରିଥିବା ମୋବାଇଲ ଫେରାଇବାକୁ କହିଥିଲେ। ହେଲେ ଅଭିଯୁକ୍ତ ମୋବାଇଲ ଚୋରି କରିନି ବୋଲି ବାରମ୍ବାର କହୁଥିଲା। ତେବେ ଲୋକେ ଅଭିଯୁକ୍ତ କଥାରେ ବିଶ୍ୱାସ କରି ନ ଥିଲେ। ତେଣୁ ତାଙ୍କ ହାତ ବାନ୍ଧି ଚଲାଇ ଚଲାଇ ନେଇ ଥାନାକୁ ଯାଉଥିଲେ। ବାରିପଦା ସହର ରାସ୍ତାରେ ଏଭଳି ଘଟଣା ଦେଖି ବାଟୋଇମାନେ ମୋବାଇଲରେ ଏହାର ଭିଡ଼ିଓ ଉତ୍ତୋଳନ କରୁଥିଲେ।

ପୁଲିସ କୌଣସି ସୂତ୍ରରୁ ଏ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହିଞ୍ଚି ଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ବନ୍ଧା ହୋଇଥିବା ଯୁବକଙ୍କୁ ଉଦ୍ଧାର କରିଥିଲା। ଅଭିଯୁକ୍ତକୁ ପିସିଆର ଯୋଗେ ଥାନାକୁ ନେଇ ପୁଲିସ ପଚରାଉଚରା କରୁଛି।

Advertisment

ଗତ କିଛି ଦିନ ହେବ ବାରିପଦା ସହରରେ ବ୍ୟାପକ ଛୋଟବଡ଼ ଚୋରି ସଂଗଠିତ ହେଉଛି। ଆଇନଶୃଙ୍ଖଳା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଉଥିବା ଅପରାଧୀଙ୍କୁ ପୁଲିସ ସାବାଡ଼ କରିପାରୁନି। ଏଭଳି ସମୟରେ ଅପରାଧୀଙ୍କୁ ଧରିବା ପାଇଁ ଲୋକେ ଆଇନକୁ ହାତକୁ ନେବା ଉଦ୍‌ବେଗର ବିଷୟ ହୋଇଛି।