Advertisment

ଇଞ୍ଜିନିୟର୍‌ ଚାକିରି ଛାଡ଼ି ଚାହା ବିକୁଛନ୍ତି ତାପସ

ବାରିପଦା (ମାଣିକ ଲାଲ୍‌ ପାଣି): କଥାରେ ଅଛି ‘ବାଣିଜ୍ୟେ ବସତି ଲକ୍ଷ୍ମୀ’ ଅର୍ଥାତ୍ ଚାକିରି କଲେ, ଯେତିକି ଧନ ମିଳେ ନାହିଁ, ତା’ଠାରୁ ଅଧିକ ବ୍ୟବସାୟରେ ମିଳିଥାଏ। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ବାରିପଦାର ଯୁବ ଇଞ୍ଜିନିୟର୍‌ ତାପସ ଧର ମହାପାତ୍ର। ଇଞ୍ଜିନିୟରିଂ ପାଠ ପଢ଼ିଥିବା ତାପସ ଲକ୍ଷ ଲକ୍ଷ ଟଙ୍କାର ଦରମା ଛାଡ଼ି ବାରିପଦାର ରାଜରାସ୍ତାରେ ଚାହା ଷ୍ଟଲ୍‌ରେ ଚାହା ବିକ୍ରି କରୁଛନ୍ତି। ଯାହା ବର୍ତ୍ତମାନ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତାପସଙ୍କ […]

author-image
Puspanjali Panda
ଇଞ୍ଜିନିୟର୍‌ ଚାକିରି ଛାଡ଼ି ଚାହା ବିକୁଛନ୍ତି ତାପସ

tapas1

ବାରିପଦା (ମାଣିକ ଲାଲ୍‌ ପାଣି): କଥାରେ ଅଛି ‘ବାଣିଜ୍ୟେ ବସତି ଲକ୍ଷ୍ମୀ’ ଅର୍ଥାତ୍ ଚାକିରି କଲେ, ଯେତିକି ଧନ ମିଳେ ନାହିଁ, ତା’ଠାରୁ ଅଧିକ ବ୍ୟବସାୟରେ ମିଳିଥାଏ। ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ବାରିପଦାର ଯୁବ ଇଞ୍ଜିନିୟର୍‌ ତାପସ ଧର ମହାପାତ୍ର। ଇଞ୍ଜିନିୟରିଂ ପାଠ ପଢ଼ିଥିବା ତାପସ ଲକ୍ଷ ଲକ୍ଷ ଟଙ୍କାର ଦରମା ଛାଡ଼ି ବାରିପଦାର ରାଜରାସ୍ତାରେ ଚାହା ଷ୍ଟଲ୍‌ରେ ଚାହା ବିକ୍ରି କରୁଛନ୍ତି। ଯାହା ବର୍ତ୍ତମାନ ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ତାପସଙ୍କ ଚାହା ଷ୍ଟଲ୍‌ରେ ତନ୍ଦୁରି ଟି, ଡ୍ରାଗନ୍‌ ଟି, ବ୍ଲାକ୍‌ ଟି ଓ ଅର୍ଗାନିକ୍‌ ଟି ଭଳି ଅନେକ ସୁସ୍ୱାଦୁ ଚାହା ମିଳେ। ଯାହାକୁ ପିଇବା ପାଇଁ ଗ୍ରାହକଙ୍କର ଭିଡ଼ ଜମିଥାଏ। ବିଶେଷ କରି ତାଙ୍କ ଷ୍ଟଲ୍‌ରେ ତନ୍ଦୁରି ଟିର ବେଶ୍‌ ଚାହିଦା ରହିଛି। ଏହି ଟିକୁ ତାପସ ଗ୍ରାହକମାନଙ୍କୁ ମାଟି ପାତ୍ରରେ ପରଷିଥା’ନ୍ତି।

ଖାଲି ଏତିକି ନୁହେଁ, ଗ୍ରାହକମାନଙ୍କୁ ମାଟି ପାତ୍ର ଓ କାଗଜ କପ୍‌ରେ ଚାହା ଦେଇ ପ୍ଲାଷ୍ଟିକଠାରୁ ଦୂରେଇ ରହିବା ଓ ପରିବେଶ ପ୍ରଦୂଷଣ ନ କରିବା ପାଇଁ ସେ ବାର୍ତ୍ତା ମଧ୍ୟ ଦେଉଛନ୍ତି।

Advertisment

publive-image

ଇଞ୍ଜିନିୟରିଂ ପାଠ ପଢ଼ିବା ପରେ ଚେନ୍ନାଇ ଓ ବାଙ୍ଗାଲୋରରେ ଚାକିରି କରୁଥିଲେ ତାପସ। କିନ୍ତୁ ଦେହ ଭଲ ନରହିବାରୁ ଚାକିରି ଛାଡ଼ି ନିଜେ ସ୍ୱାବଲମ୍ୱୀ ହେବା ପାଇଁ ସେ ବ୍ୟବସାୟ ଆରମ୍ଭ କରିଥିଲେ।

ତେବେ ଏଭଳି ଚାହା ଦୋକାନ କରିବା ପଛରେ କୌଣସି କାହାଣୀ ନଥିବା କଥା ତାପସ କହିଛନ୍ତି। ପ୍ରଥମେ ସେ ବିଭିନ୍ନ ଦୋକାନ ବୁଲି ଦେଖିଥିଲେ ଏବଂ ଚାହା ଷ୍ଟଲ୍‌ଟିଏ ଦେବା ପାଇଁ ଯୋଜନା ଆରମ୍ଭ କରିଥିଲେ। ତାଙ୍କର ଏହି ନିଷ୍ପତ୍ତି ପାଇଁ ସ୍ଥାନୀୟ ଅଞ୍ଚଳରେ ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

ଚାହା ଷ୍ଟଲ୍‌ଟିଏ କରି ଚାକିରି ନପାଇ ଚିନ୍ତାରେ ରହୁଥିବା ଯୁବପିଢ଼ିଙ୍କ ପାଇଁ ଯୁବ ଇଞ୍ଜିନିୟର୍ ତାପସ ଧରମହାପାତ୍ର ଏକ ଉଦାହରଣ ପାଲଟିଛନ୍ତି।